ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ବି‌େସ୍ଫାରଣ,୧୩ ମୃତ

ରାୟପୁର : ଛତିଶଗଡ଼ର ଦୁର୍ଗ ଜିଲ୍ଲା ସ୍ଥିତ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଆଜି ଏକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବି‌ସ୍ଫୋରଣ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଷ୍ଟିଲ୍‌ ଅ‌ଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର ଏହି କାରଖାନାର କୋକ୍‌ ଓଭନ୍‌ ସେକ୍ସନ୍‌ ନିକଟରେ ଆଜି ପୂର୍ବାହ୍ନ ୧୦.୩୦ ସମୟରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ସେ ଠାରେ ୨୪ରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟ କରୁଥିଲେ ବୋଲି ପୁଲିସ ଆଇଜି ଜିପି ସିଂହ କହିଛନ୍ତି। ତେବେ ତୁରନ୍ତ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥି‌େଲ ମଧ୍ୟ ସେତେବେଳକୁ ୧୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ୧୪ ଜଣ ଗୁରୁତର ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା‌ ବଢ଼ିବ‌ା ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଗତ ୨୦୧୪ ମସିହାରେ ମଧ୍ୟ ଏହି ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଏକ ବଡ଼ ଧରଣର ଦୁର୍ଘଟଣା‌ ଘଟି ୨ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର