ସିଲଂରେ ହିଂସା, କର୍ଫ୍ୟୁ

ସିଲଂ: ମେଘାଳୟ ରାଜଧାନୀ ସିଲଂରେ ହିଂସା ଲାଗି ରହିଛି। ଆଜି ଦ୍ୱିତୀୟ ଦିନରେ କର୍ଫ୍ୟୁ ବଳବତ୍ତର ରହିଛି। ସହରର ବିଭିନ୍ନ ସ୍ଥାନରେ ସେନା ଫ୍ଲାଗମାର୍ଚ୍ଚ କରୁଥିବା ବେଳେ ପୂର୍ବ ଖାସି ଜିଲ୍ଲା ଓ ମିଟରରେ ଏବେ ସ୍ଥିତି ସାମାନ୍ୟ ସୁଧୁରିଥିବା ଜଣାପଡ଼ିଛି। ଆଜି ମୋଟଫ୍ରାନ ଅଞ୍ଚଳରେ ପୁଲିସ୍‌ ଉପରକୁ କିଛି ଆନ୍ଦୋଳନକାରୀ ପଥର ମାଡ଼ କରିବା ପରେ ୧୦ ଜଣ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ପକ୍ଷରୁ ମଧ୍ୟ ଲୁହବୁହା ଗ୍ୟାସ୍‌ ମାଡ କରାଯାଇଛି। ସାଂପ୍ରଦାୟିକ ହିଂସାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର