ହିଂସାର ରୂପନେଉଛି ବିରୋଧ :କୋଟା ସିନେମା ହଲ୍‌ରେ ଭଙ୍ଗାରୁଜା

କୋଟା: ପଦ୍ମାବତୀ ଫିଲ୍ମକୁ ନେଇ ଉଠିଥିବା ବିରୋଧର ସ୍ୱର ହିଂସାର ରୂପଧାରଣ କରିଛି। ମଙ୍ଗଳବାର ରାଜସ୍ଥାନର କୋଟା ସ୍ଥିତ ଆକାଶ ସିନେମା ହଲରେ ଏହି ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନ ହେବା ପରେ କରଣୀସେନା ଏଠାରେ ଭଙ୍ଗରୁଜା କରିଛନ୍ତି । ଏହି ହିଂସାକାଣ୍ଡର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସ୍ୱାଧୀନ ଦେଶରେ ଆଇନକୁ ସମ୍ମାନ ଦେଇ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି କିନ୍ତୁ ଆଇନ୍‌କୁ ହାତକୁ ନେଲେ ଦଣ୍ଡ ମିଳିବା ସୁନିଶ୍ଚିତ ବୋଲି ରାଜସ୍ଥାନ ଗୃହମନ୍ତ୍ରୀ ଗୁଲାବ ଚାନ୍ଦ କତାରିୟା କହିଛନ୍ତି । ଚଳଚ୍ଚିତ୍ରଟି ସେନ୍ସର ବୋର୍ଡରୁ ଅନୁମତି ପାଇବା ପରେ ହିଁ ଏହାର ରିଲିଜ ହେବ ଏବଂ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। । ଆସନ୍ତା ୧ ତାରିଖରେ ରିଲଜ ହେବାକୁ ଥିବା ଏହି ଚଳଚ୍ଚିତ୍ରକୁ ନିଷିଦ୍ଧ କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କରଣୀ ସେନା କହିଛି।

ସମ୍ବନ୍ଧିତ ଖବର