ଆମ୍ବେଦକର ଜୟନ୍ତୀରେ ହିଂସା

ମେନକାଙ୍କ ଶ୍ରଦ୍ଧାସୁମନ ପରେ ପ୍ରତିମୂର୍ତ୍ତି ଧୋଇଲେ ଦଳିତ

ନୂଆଦିଲ୍ଲୀ: ସମ୍ବିଧାନ ପ୍ରଣେତା ଏବଂ ସମାଜ ସଂସ୍କାରକ ଭୀମରାଓ ରାମ୍‌ଜୀ ଆମ୍ବେଦକରଙ୍କ ଆଜି ୧୨୭ତମ ଜନ୍ମ ଦିବସ। ଦଳିତ ଓ ବଞ୍ଚିତଙ୍କ ପାଇଁ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିବା ଆମ୍ବେଦକରଙ୍କ ଜନ୍ମଦିବସରେ ବିଭିନ୍ନ ସ୍ଥାନରେ ରାଜନୈତିକ ବିବାଦ ଓ ସଂଘର୍ଷ ଦେଖିବାକୁ ମିଳିଛି। ପଞ୍ଜାବର ଫଗଓ୍ଵାଡ଼ା ସହରରେ ଆଜି ଆମ୍ବେଦକର ଜୟନ୍ତୀ ଉତ୍ସବରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାର୍‌ପିଟ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ୟୁପିରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଦେଶରେ ଦଳିତଙ୍କ ବିରୋଧରେ ହିଂସା ବ୍ୟାପୁଥିବାରୁ ଆଜି ଜାତିସଂଘରେ ମଧ୍ୟ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳନ ସମୟରେ ଶିଖ୍‌୍‌ ସମୁଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।

ଆଜି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏବଂ ଅନ୍ୟ ବିଜେପି ନେତା ଗୁଜରାଟର ଭଦୋଦରାରେ ଆମ୍ବେଦକରଙ୍କ ୧୨୭ ତମ ଜନ୍ମଦିବସ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ବେଳେ ଦଳିତମାନେ ବିରୋଧ କରିଥିଲେ। ମେନକା ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ସ୍ଥାନୀୟ ଦଳିତ ଗୋଷ୍ଠୀ ତୁରନ୍ତ ଖିର ଏବଂ ପାଣି ଢାଳି ପ୍ରତିମୂର୍ତ୍ତି ଧୋଇଥିଲେ। ବିଜେପି ନେତାଙ୍କ ଉପସ୍ଥିତି ସ୍ଥାନଟିକୁ ଅପବିତ୍ର କହିଦେଇଛି ବୋଲି କହି ଦଳିତ ସମ୍ପ୍ରଦାୟର ସଦସ୍ୟମାନେ ଏଭଳି ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର