କୋଲାକାତା: ପଶ୍ଚିମବଂଗରେ ଲୋକସଭା ନିର୍ବାଚନ ଆରମ୍ଭରୁ ଚାଲିଥିବା ରାଜନୈତିକ ହିଂସା ଏବେ ବି ଜାରି ରହିଛି। ମୁର୍ସିଦାବାଦ ଜିଲ୍ଲାରେ ଟିଏମ୍ସିର ୩ ଜଣ କର୍ମୀ ବୋମା ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେମାନେ ଶୋଇଥିବା ସମୟରେ ଘର ଉପରକୁ ତୁହାକୁ ତୁହା ବୋମା ମାଡ଼ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କଂଗ୍ରେସ ଏବଂ ବିଜେପି କର୍ମୀମାନେ ଏହି ଆକ୍ରମଣ କରିଛନ୍ତି ବୋଲି ଆକ୍ରମଣରେ ପ୍ରାଣ ହରାଇଥିବା ଖୈରଉଦ୍ଦିନ୍ ଶେଖ୍ଙ୍କ ପରିବାର ସଦସ୍ୟମାନେ କହିଛନ୍ତି। ତେବେ ଏହି ମାମଲାରେ ଆଜି ସନ୍ଧ୍ୟା ସୁଦ୍ଧା କେହି ଗିରଫ ହୋଇନଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ଜଣେ ବିଜେପି ନେତ୍ରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ଟିଏମ୍ସିର ଗୁଣ୍ଡାମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ପରିବାର ପକ୍ଷରୁ ପୁଲିସରେ ଏତଲା ରୁଜୁ ହୋଇଛି।
ପଶ୍ଚିମବଂଗରେ ହିଂସା ଜାରି: ବୋମାମାଡ଼ରେ ୩ ଟିଏମ୍ସି କର୍ମୀ ନିହତ
/sambad/media/post_attachments/wp-content/uploads/2019/06/blast.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)