ଜେଲ୍‌ରେ ଶଶିକଳାଙ୍କୁ ଭିଆଇପି ସୁବିଧା

୫ଟି ପ୍ରକୋଷ୍ଠ, ରୋଷେୟା ଦିଆଯାଇଛି, ସାକ୍ଷାତ ନେଇ ବି କଟକଣା ବି ନାହିଁ

ବେଙ୍ଗାଲୁରୁ: ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି.କେ. ଶଶିକଳା ବେଙ୍ଗାଲୁରୁ ଜେଲ୍‌ରେ ବିଳାସରେ ଅଛନ୍ତି। ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ୫ଟି ପ୍ରକୋଷ୍ଠ ଦେଇଛନ୍ତି ଏବଂ ସ୍ବତନ୍ତ୍ର ରାନ୍ଧୁଣିଆ ନିଯୁକ୍ତି ଦିଆଯାଇଛି। ଶଶିକଳାଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିବା କିଛି ଲୋକ ୩/୪ ଘଣ୍ଟା ଧରି ତାଙ୍କ ସହ ରହୁଥିଲେ ମଧ୍ୟ ଏଥିରେ କୌଣସି ଅଙ୍କୁଶ ନାହିଁ। ସୂଚନା ଅଧିକାର ବଳରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ‌ଏବେ ଖୋଳତାଡ଼ ଆରମ୍ଭ ହୋଇଛି । ଶଶିକଳା ‌ଗୋଟିଏ ପ୍ରକୋଷ୍ଠ ହିଁ ପାଇବାକୁ ନିୟମ ଥିବା ବେଳେ ତାଙ୍କୁ ୫ଟି ପ୍ରକୋଷ୍ଠ କେଉଁ ଆଧାରରେ ଦିଆଯାଇଛି ତାହା ବିସ୍ମୟ ସୃ‌ଷ୍ଟି କରିଛି। ଜେଲ୍‌ରେ ଶଶିକଳା ନିଜ ଇଛା ମୁତାବକ ଖାଦ୍ୟ ଅର୍ଡର ଦେଉଛନ୍ତି ଏବଂ ସ୍ବତନ୍ତ୍ର ରେଷେୟା ତାହାକୁ ପ୍ରସ୍ତୁତ କରୁଛନ୍ତି। ଏ ଦିଗରେ ଆଇନକାନୁନକୁ ସାମାନ୍ୟତମ ଭୃକ୍ଷେପ ନକରି ଏଭଳି ସୁବିଧା ଉପଲବ୍ଧ କରାଯାଇଛି । ଶଶିକଳା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍‌ ଦଣ୍ଡ କାଟୁଛନ୍ତି। କର୍ଣ୍ଣାଟକ ସରକାରଙ୍କ ଗୃହମନ୍ତ୍ରୀ ଏହି ମାମଲାର ତଦନ୍ତ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର