ନୂଆ କିଣା ହୋଇଥିବା ବିଏମ୍‌ଡବ୍ଳ୍ୟୁ ଗାଡ଼ିକୁ ନେଇ ଟେଷ୍ଟ ଡ଼୍ରାଇଭ୍‌ ପାଇଁ ଯାଇଥିବା ବେଳେ ଅଘଟଣ,ସୋ’ରୁମ୍‌ ଭିତରେ କାଚ ଭାଙ୍ଗି ପଶିଲା ଗାଡ଼ି,ଦେଖନ୍ତୁ ଭିଡ଼ିଓ

ବେଜିଙ୍ଗ୍‌ : ସୋସିଆଲ ମିଡିଆରେ ଏବେ ଏକ ଭିଡିିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିିଓ ଦେଖିବା ପରେ ଆପଣ ଟେଷ୍ଟ ଡ଼୍ରାଇଭ୍‌ କରିବାକୁ ଡ଼ରିବେ ନିଶ୍ଚୟ । ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ମହିଳା ଟେଷ୍ଟ ଡ଼୍ରାଇଭ୍‌ କରିବା ସମୟରେ ୪୦ଲକ୍ଷ ଟଙ୍କାର ବିଏମ୍‌ଡ଼ବ୍‌ଲ୍ୟୁ କାରକୁ ଏକ ସୋ’ରୁମ୍‌ ଭିତରେ ଭର୍ତ୍ତି କରି ଦେବାରୁ କାର୍‌ ଏବଂ ସୋ’ରୁମ୍‌ର ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମହିଳା ଜଣକ ଟେଷ୍ଟ ଡ଼୍ରାଇଭ୍‌ ସାରି କାର୍‌କୁ ସୋ’ରୁମ୍‌ ଭିତରକୁ ଆଣୁଥିଲେ । ଏହି ସମୟରେ ସେ ନିଜର ନିୟନ୍ତ୍ରଣ ହରାଇ କାର୍‌ଟି ସୋ’ରୁମ୍‌ର କାଚ ଭାଙ୍ଗି ଭିତରକୁ ଧସେଇ ପଶିିଥିଲା । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଅନେକ ମାତ୍ରାରେ ସେୟାର ହେବାରେ ଲାଗିଛି ।

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଚୀନର ଗୁଆଗଞ୍ଜୋରେ । ଜଣେ ମହିଳା ସୋ’ରୁମ୍‌ ଆସି ବିଏମ୍‌ଡ଼ବ୍‌ଲ୍ୟୁର ଏକ୍ସ ଓ୍ଵାନ୍‌ କାର୍‌କୁ ନେଇ ଟେଷ୍ଟ ଡ଼୍ରାଇଭ୍‌ କରିବା ପାଇଁ ବାହାରିଥିଲେ । ଟେଷ୍ଟ ଡ଼୍ରାଇଭ୍‌ ସାରି ସେ ସୋ’ରୁମ୍‌କୁ ଫେରୁଥିବା ସମୟରେ ବ୍ରେକ୍‌ ଉପରେ ଗୋଡ଼ ରଖିବା ପରିବର୍ତ୍ତେ ଭୁଲରେ ତାଙ୍କ ଗୋଡ଼ ଆକ୍ସିଲିରେଟର ଉପରେ ପଡ଼ି ଯାଇଥିଲା । ଯାହାଦ୍ୱାରା କାର୍‌ଟି ସୋ’ରୁମ୍‌ର କାଚ ଭାଙ୍ଗି ଭିତରକୁ ପଶିି ଆସିଥିଲା । ଏହି ଦୁର୍ଘଟଣା ପରେ ମହିଳା ଜଣଙ୍କ ହୋଇଥିବା ନିଜର ଭୁଲ ମାନିବା ସହ କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର