ଚୀନରେ ବ୍ୟାପୁଛି ରହସ୍ୟମୟ ଭାଇରସ, ଭାରତୀୟ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଚୀନରେ ଏକ ରହସ୍ୟମୟ ଭାଇରସ ବ୍ୟାପିବାରେ ଲାଗିଛି । ଏହାର ନାଁ ରଖାଯାଇଛି ନୋଭେଲ କୋରୋନା ଭାଇରସ । ୧୧ ଜାନୁଆରି ସୁଦ୍ଧା ପ୍ରାୟ ୪୧ ଜଣ ବ୍ୟକ୍ତିଙ୍କଶରୀରରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚୀନକୁ ଯାଉଥିବା ଭାରତୀୟମାନଙ୍କୁ ସତର୍କ କରାଇଦେଇଛନ୍ତି ଭାରତ ସରକାର । ତେବେ ଚୀନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସଂଦେହ କରାଯଉଛି ।

ଚୀନର ଶିକ୍ଷାନଗରୀ ଉହାନରେ ଏହି ଭାଇରସ ବ୍ୟାପିଥିବା ଜଣାପଡ଼ିଛି ।ଏ ପର୍ଯ୍ୟନ୍ତ ହୋଇଥିବା ୨ଟି ମୃତ୍ୟୁ ମଧ୍ୟ ଉହାନ ସହରରେ ହୋଇଥିବା ଖବର ମିଳିଛି । ଏହି ସହରରେ ହିଁ ପ୍ରାୟ ୫୦୦ ଭାରତୀୟ ଛାତ୍ରଛାତ୍ରୀ ରହି ପାଠପଢୁଛନ୍ତି । ଚୀନରେ ଏବେ ଚୀନ ନୂଆବର୍ଷ ଉପଲକ୍ଷେ ଛୁଟି ଥିବାରୁ ଭାରତୀୟ ଛାତ୍ରଛାତ୍ରୀମାନେ ଭାରତକୁ ଫେରୁଛନ୍ତି । ତେବେ ସେମାନେ ସଂକ୍ରମିତ ହୋଇଥିବା ସରକାର ସଂଦେହ କରାଯାଉଛି । ଏହା ଫଳରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ଚୀନଯାଉଥିବା ଭାରତୀୟ ଯାତ୍ରୀମାନଙ୍କୁ ସରକାର ସତର୍କ କରାଇଦେଇଛନ୍ତି । ଚୀନ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଏହି ପରାମର୍ଶରେ କୁହାଯାଇଛି ।

ସମ୍ବନ୍ଧିତ ଖବର