ଭିସା ଜାଲିଆତି:ଆମେରିକାରେ ତିନି ଭାରତୀୟ ଗିରଫ

0

ୱାସିଂଟନ: ଭିସା ଜାଲିଆତି ଅଭିଯୋଗରେ ଆମେରିକାରେ ଭାରତର ତିନି ଜଣ ଗିରଫ ହୋଇଛନ୍ତି I ସାନ୍ତା କ୍ଲାରାରୁ କିଶୋର ଦତ୍ତାପୁରମ (୪୯), ଅଷ୍ଟିନ୍‌ରୁ କୁମାର ଅଶ୍ବପତି (୪୯) ଏବଂ ସାନ୍‌ ଜୋସ୍‌ରୁ ସନ୍ତୋଷ ଗିରି (୪୨)ଙ୍କୁ ଗିରଫ କରାଯାଇଥିବା ଆମେରିକା ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ଏହି ତିନି ଜଣ ଆମେରିକାରେ ନିଯୁକ୍ତି ପାଇବାକୁ ଆଶାୟୀ ଥିବା ଯୁବକଙ୍କୁ ଏଚ୍‌-୧ବି ଭିସା ଦେବା ପାଇଁ ଜାଲିଆତି କରିଛନ୍ତି I ସୂଚନାଯୋଗ୍ୟ ଏହି ଏଚ୍‌-୧ବି ଭିସା ସ୍ୱଳ୍ପ ସମୟ ପାଇଁ ଆମେରିକାରେ ରହିବାକୁ ଅନୁମତି ଦେଇଥାଏ। ଏହା ହାସଲ କରିବା ପାଇଁ ନିଯୁକ୍ତିଦାତା ଆଇ-୧୨୯ ଜରିଆରେ ଆବେଦନପତ୍ର ଦାଖଲ କରିଥାନ୍ତି I ଅନ୍ୟ କମ୍ପାନି ସହ ପ୍ରତିଯୋଗିତା କରି କିଛି ଲୋକଙ୍କୁ ଏହି ଏଚ୍‌-୧ବି ଭିସା ଦେବାକୁ ଉକ୍ତ ତିନି ଜଣ ଜାଲିଆତି କରିଥିଲେ I ଏହି ଜାଲିଆତି ଘଟଣାକୁ ଲୁଚାଇବାକୁ ସେମାନେ କିଛି ଅନ୍ୟ ଲୋକଙ୍କ ମଧ୍ୟ ସାହାଯ୍ୟ ନେଇଥିଲେ ବୋଲି ଆମେରିକା ଆଇନ ବିଭାଗ ପକ୍ଷରୁ କୁହାଯାଇଛି I ଉକ୍ତ ତିନି ଅଭିଯୁକ୍ତଙ୍କୁ ଜାମିନ୍‌ରେ ଖଲାସ କରାଯାଇଥିବା ବେଳେ ୩ ଜଣଙ୍କୁ ଆସନ୍ତା ମେ ୧୩ ତାରିଖରେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି ଆମେରିକା ଜିଲ୍ଲା କୋର୍ଟ I ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ୧୦ ବର୍ଷ ଦଣ୍ଡ ହୋଇପାରେ I

ସମ୍ବନ୍ଧିତ ଖବର

Leave A Reply

Your email address will not be published.