ବିଦେଶ ଯିବା ସ୍ୱପ୍ନରେ ଅନ୍ଧ ହୋଇ ଫସିଗଲେ ମହିଳା ବ୍ୟାଙ୍କ କର୍ମଚାରୀ,ଚାକିରି ଯିବା ସହ ଆକାଉଣ୍ଟରୁ ଚାଲିଗଲା ୧୨.୫ଲକ୍ଷ ଟଙ୍କା,ଏମିତି ଥିଲା ପୂରା ଘଟଣା

ଟାଣ୍ଡା(ପଞ୍ଜାବ) : ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ବିଦେଶ ଗସ୍ତର ଲୋଭ ଦେଖାଇ ୧୨.୫ ଲକ୍ଷ ଟଙ୍କା ଠକି ନେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଦେଶ ଯିବା ଖୁସିରେ ମହିଳା କର୍ମଚାରୀ ଚାକିରି ଛାଡ଼ିବା ପରେ ପ୍ରକୃତ ଘଟଣା ଜାଣିଥିଲେ । ଏହା ପରେ ସେ ଟାଣ୍ଡା ପୁଲିସରେ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି । ୪ ଜଣ ଅଭିଯୁକ୍ତ ପଙ୍କଜ, କୁଲବିନ୍ଦର ସିଂ,ରେଖା ଏବଂ ସୁରବିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ,ହରମିନ୍ଦର ସିଂହ ନାମକ ମହିଳା ୫ ବର୍ଷ ହେବ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କରେ ଚାକିରି କରି ଆସୁଥିଲେ । ପଙ୍କଜ ଶର୍ମା ନାମକ ଜଣେ ଯୁବକ ବ୍ୟାଙ୍କ ଆସି ହରମିନ୍ଦରଙ୍କୁ ମିଠା ମିଠା କଥା କହି ବିଦେଶ ଯିବାର ଆଶା ଦେଇ ଫସାଇଥିଲେ । କାନାଡ଼ା ଯିବା କଥା କହି ଭିସା ତିଆରି କରିବା ପାଇଁ ପଙ୍କଜ ହରବିନ୍ଦରଙ୍କଠାରୁ ପାସପୋର୍ଟ ଏବଂ ଅନ୍ୟ ଜରୁରୀ କାଗଜପତ୍ର ନେଇ ଯାଇଥିଲେ । ଭିସା ପାଇଁ ଆବେଦନ କରିବା ପାଇଁ ଫେବୃଆରି ୨୦୧୮ରେ ପଙ୍କଜ ହରମିନ୍ଦରଙ୍କଠାରୁ ୨୫ହଜାର ଟଙ୍କା ନେଇଥିଲେ । କିଛି ଦିନ ପରେ କୁଲବିନ୍ଦରଙ୍କୁ ନେଇ ପଙ୍କଜ ହରମିନ୍ଦରଙ୍କ ପାଖକୁ ଆସି ତୁମର ଭିସା ହୋଇ ଯାଇଛି । କିନ୍ତୁ ତାକୁ ଆଣିବା ପାଇଁ ୫୦ହଜାର ଟଙ୍କା ଦରକାର କହି ଟଙ୍କା ମାଗିଥିଲେ । ହରମିନ୍ଦର ହଁ ଭରିବା ପରେ ରେଖାଙ୍କ ନାମରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ କହିଥିଲେ ପଙ୍କଜ । ଏମିତି ବିଭିନ୍ନ ବାହାନା କରି ସେ ହରମିନ୍ଦରଙ୍କଠାରୁ ୧୨.୫ ଲକ୍ଷ ଟଙ୍କା ନେଇ ଯାଇଥିଲେ ।

The Indian Express

କାନାଡ଼ା ପାଇଁ ଟିକେଟ୍‌ ବୁକ୍‌ କରିବାର କିଛି ଦିନ ପରେ ଏହାକୁ କ୍ୟାନ୍‌ସଲ କରି ଦେଇଥିଲେ ପଙ୍କଜ । ଏହାର କାରଣ ପଚାରିବା ପରେ ସେ କିଛି ନ କହିବା ସହ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ । କିନ୍ତୁ ଏତେ ସବୁ ପରେ ହରମିନ୍ଦରଙ୍କ ପାଖକୁ ଭିସା ଆସି ପହଞ୍ଚିଥିଲା । କିନ୍ତୁ ଲଫାପା ଖୋଲିବା ପରେ ତା’ ଭିତରେ କିଛି ନ ଥିବା ଦେଖି ସେ ଠକେଇର ଶିକାର ହୋଇଥିବା ଜାଣି ପାରିଥିଲେ । ଯାହା ପରେ ସେ ଟାଣ୍ଡା ପୁଲିସ ଷ୍ଟେସନ ଯାଇ ୪ଜଣଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର