ଟ୍ରେନ୍‌ ମଧ୍ୟରେ ମହିଳା ଜନ୍ମ କଲେ ଯାଆଁଳା ଶିଶୁ; ରେଳବାଇ କର୍ମୀ କରାଇଲେ ଜନ୍ମ

ମୁମ୍ବାଇ: ଜଣେ ଗର୍ଭବତୀ ମହିଳା ଏଲ୍‌ଟିଟି ବିଶାଖାପାଟଣା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ଟି କଲ୍ୟାଣ ଷ୍ଟେସନ୍‌ରେ ପହଞ୍ଚିବା ସମୟରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୩୦ ବର୍ଷୀୟା ଏହି ମହିଳା ଜଣଙ୍କୁ ସନ୍ତା ପ୍ରସବ କରାଇବାରେ ରେଳବାଇ କର୍ମୀ ସାହାଯ୍ୟ କରିଥିଲେ। ରେଳବାଇର ମେଡିକାଲ୍‌ ଟିମ୍‌ ଏହି ପ୍ରସବ କରାଇଥିବା ଜାଣିବାକୁ ମିଳିଛି।

ପ୍ରସବ ପରବର୍ତ୍ତୀ ଚିକିତ୍ସା ପାଇଁ ଉଭୟ ମାଆ ଓ ପିଲାଙ୍କୁ ରୁକ୍ମୁଣୀ ବାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଉଭୟ ମାଆ ଓ ପିଲାମାନେ ସୁସ୍ଥ ଥିବା ଜାଣିବାକୁ ମିଳିଛି।

ମହିଳା ଜଣକ ହେଉଛନ୍ତି ଶୈଖ୍‌ ସଲମା ତବାସୁମ୍‌। ସେ ମୁମ୍ବାଇସ୍ଥିତ ଘାଟକପୁରର ବାସିନ୍ଦା। ଟ୍ରେନ୍‌ ନମ୍ବର ୧୮୫୨୦ରେ ସେ ତାଙ୍କ ସ୍ୱାମୀଙ୍କ ସହ ବିଶାଖାପାଟଣା ଯାତ୍ରା କରୁଥିଲେ। ଟ୍ରେନ୍‌ଟି କଲ୍ୟାଣମଣ୍ଡପ ଷ୍ଟେସନ୍‌ରେ ପହଞ୍ଚିଲା ବେଳକୁ ତାଙ୍କର ଲେବର୍‌ ପେନ୍‌ ଆରମ୍ଭ ହୋଇ ଯାଇଥିଲା। ଉପସ୍ଥିତ ଲୋକେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ଜଣେ ମହିଳା କନେଷ୍ଟବଲ୍‌ଙ୍କ ସହ ଆର୍‌ପିଏଫ୍‌ ଟିମ୍‌ ଓ ରେଳବାଇର ମେଡିକାଲ୍‌ ଷ୍ଟାଫ୍‌ ସେଠାରେ ପହଞ୍ଚିଥିଲେ। ସେହି ଟ୍ରେନ୍‌ ମଧ୍ୟରେ ହିଁ ମହିଳା ଦୁଇ ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ।

ପ୍ରସୂତିଙ୍କ ପରିବାର ଲୋକେ ରେଳବାଇର ସାହାଯ୍ୟ ପାଇଁ ରେଳବାଇ କର୍ମୀଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି।

ସମ୍ବନ୍ଧିତ ଖବର