ଏଣିକି ଚାକିରି ଚାଲିଗଲେ ‘ବିଶ୍ୱକର୍ମା ଆକାଉଣ୍ଟ’ ଆସିବ କାମରେ, ଘରୋଇ କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ଉପହାର

ନୂଆଦିଲ୍ଲୀ: ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ସର୍ବଦା ଚାକିରି ହରାଇବାର ଭୟ ରହିଥାଏ। ଚାକିରି ଯିବା ପରେ ଘରର ଖର୍ଚ୍ଚ କିପରି ଉଠାଇବେ, ପିଲାଙ୍କ ଫିସ୍‌ କିପରି ଭରିବେ ଏଭଳି ଅନେକ ପ୍ରଶ୍ନ ଆସି ସାମ୍ନାରେ ଛିଡା ହୋଇଥାଏ। ତେବେ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ମୋଦି ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହା ଜରିଆରେ ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ଯିବାର ଚିନ୍ତା ରହିବ ନାହିଁ। ସରକାର ସମଗ୍ର ଦେଶରେ ୫୦କୋଟି ଲୋକଙ୍କର ବିଶ୍ୱକର୍ମା ଖାତା ଖୋଲିବେ। ଏହି ଖାତା ଜରିଆରେ ଚାକିରି ଯିବା ପରେ ବି ଘରୋଇ ସେକ୍ଟର କର୍ମଚାରୀ ପରିବାରର ଖର୍ଚ୍ଚ ସୁବିଧାରେ ତୁଲାଇ ପାରିବେ।

ମୋଦି ସରକାରଙ୍କ ଏହି ଯୋଜନା ସୋସିଆଲ ସିକ୍ୟୁରିଟି ସ୍କିମ୍‌ ଅଧିନରେ କାର୍ଯ୍ୟକାରୀ ହେବ । ଏହା ଜରିଆରେ ପିଏଫ ପେନ୍‌ସନ୍‌ ଓ ଗ୍ରୁପ୍‌ ମେଡିକଲ ଇନ୍‌ସ୍ୟୁରେନ୍ସ ବ୍ୟତୀତ କର୍ମଚାରୀଙ୍କୁ ଅନ୍‌ଏମ୍ପୟମେଣ୍ଟ ବେନିଫିଟ ବି ପ୍ରଦାନ କରାଯିବ। କେନ୍ଦ୍ରୀୟ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର ଲୋକସଭାରେ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଥିଲେ, ବିଶ୍ୱକର୍ମା ଆକାଉଣ୍ଟ ଜରିଆରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷଲକ୍ଷ ଲୋକଙ୍କୁ ଏହି ସୁବିଧା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର