ସରକାରଙ୍କ ନୂଆ ନିୟମ : କିନ୍ନରମାନଙ୍କ ପାଇଁ ପ୍ୟାନ୍‌ କାର୍ଡ଼ ଆବେଦନ ପତ୍ରରେ ରହିବ ସ୍ୱତନ୍ତ୍ର ବର୍ଗ

ନୂଆଦିଲ୍ଲୀ : କିନ୍ନରମାନେ ଏବେ ସ୍ୱତନ୍ତ୍ର ବର୍ଗରେ ପ୍ୟାନ କାର୍ଡ଼କୁ ପ୍ରାପ୍ତ କରି ପାରିବେ । ସରକାର ଏ ନେଇ ଆୟକର ନିୟମକୁ ସଂଶୋଧନ କରିଥିବା ଜଣାପଡ଼ିଛି । ଏବେ କର ସମ୍ବନ୍ଧୀୟ ନେଣଦେଣ ପାଇଁ ସ୍ୱତନ୍ତ୍ର ବର୍ଗରେ କିନ୍ନରମାନେ ପ୍ୟାନ୍‌ କାର୍ଡ଼ ପାଇଁ ଆବେଦନ କରି ପାରିବେ । ସେମାନଙ୍କ ପାଇଁ ଅବେଦନ ପତ୍ରରେ ଏକ ସ୍ୱତନ୍ତ୍ର ଶ୍ରେଣୀ ରଖାଯିବ ବୋଲି ସରାକାର ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ବୋର୍ଡ଼ ଅଫ୍‌ ଡ଼ାଇରେକ୍ଟ ଟ୍ୟାକ୍ସ ସୋମବାର ଏହି ପରିବର୍ତ୍ତନ ଆଣିବା ପାଇଁ ସୂଚନା ଦେବା ପରେ ସରାକାର ଏହି ଘୋଷଣା କରିଥିବା ଜଣାପଡ଼ିଛି ।
ସୂଚନା ମୂତାବକ, ପୂର୍ବରୁ ପ୍ୟାନ୍‌ କାର୍ଡ଼ର ଆବେଦନ ପତ୍ରରେ କେବଳ ଦୁଇଟି ବର୍ଗ ଲେଖା ଯାଉଥିଲା । ଗୋଟିଏ ହେଉଛି ପୁରୁଷ ଅନ୍ୟଟି ହେଉଛି ମହିଳା, ଯାହା ଫଳରେ କିନ୍ନରମାନଙ୍କୁ ପ୍ୟାନ୍‌ କାର୍ଡ଼ ଅବେଦନ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଆଧାର କାର୍ଡ଼ ପାଇଁ ଅବେଦନ କରାଯାଉଥିବା ଆବେଦନ ପତ୍ରରେ ତୃତୀୟ ଲିଙ୍ଗ ଉଲ୍ଲେଖ ଥିବା ବେଳେ ପ୍ୟାନ୍‌ କାର୍ଡ଼ରେ ସେଭଳି ସୁବିଧା ଉପଲବ୍ଧ ନଥିଲା ।

Hindustan Times

ଯାହାଫଳରେ ସେମାନେ ନିଜ ପ୍ୟାନ୍‌ କାର୍ଡ଼ ସହ ଆଧାରକୁ ସଂଯୋଗ କରାଇ ପାରୁ ନଥିଲେ । କାରଣ ଆଧାରରେ ତୃତୀୟ ଲିଙ୍ଗ ବିଷୟରେ ସେମାନେ ଉଲ୍ଲେଖ କରିଥିବା ବେଳେ ପ୍ୟାନ୍‌ କାର୍ଡ଼ରେ ପୁରୁଷ ବା ମହିଳା ହିଁ ଉଲ୍ଲେଖ କରିବାକୁ ପଡ଼ୁଥିଲା । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ସରକାର ଏହି ପରିବର୍ତ୍ତନ ଆଣିଥିବା ଜଣା ପଡ଼ିଛି । ଏବେ ବିନା ଦ୍ୱିଧାରେ କିନ୍ନରମାନେ ଆଧାର ସହିତ ପ୍ୟାନ୍‌କୁ ସଂଯୋଗ କରାଇ ପାରିବେ ।

ସମ୍ବନ୍ଧିତ ଖବର