କଥା କଥାରେ ରାହୁଲଙ୍କୁ କଟାକ୍ଷ କଲେ ବିବେକ : ଏବେ ଦେଶକୁ କେହି ଲୁଟି ପାରିବେ ନାହିଁ, ଏବେ ଦେଶର ଉନ୍ନତି ହେବ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିବେକ ଓବରଏ । ତେବେ ଫିଲ୍ମର ରିଲିଜ୍‌କୁ ନେଇ ଅନେକ ବାଧା ସୃଷ୍ଟି ହେବା ପରେ ଏବେ ମେ ୧୯ ପରେ ହିଁ ଫିଲ୍ମ ରିଲିଜ୍‌ ହେବ ବୋଲି କହିଛନ୍ତି ନିର୍ବାଚନ କମିସନ । ତେବେ ଫିଲ୍ମ ଜରିଆରେ ନ ହେଉ ପଛେ ବିଭିନ୍ନ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିବେକ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

The Economic Times

ଶନିବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ‘ସାତୋଁ ସିଟେଁ ମୋଦୀ କୋ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିବେକ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ । ସିଧାସଳଖ ଭାବେ ନ କହି କଥା କଥାରେ ରାହୁଲଙ୍କୁ କଟାକ୍ଷ କରିଥିଲେ ବିବେକ ।

ହିନ୍ଦୁସ୍ତାନର ଇତିହାସ କହୁଛି, ଯେତେବେଳେ ବି ଦେଶରେ କୌଣସି ବିଦେଶୀ ବା ଶେହଜାଦା ରାଜ୍‌ କରିଛନ୍ତି, ସେତେବେଳେ କେବଳ ଦେଶକୁ ଲୁଟିଛନ୍ତି । ଦେଶର କୌଣସି ଉନ୍ନତି ହୋଇ ପାରି ନାହିଁ । ଦେଶର ସବୁ ନାଗରିକ ଏବେ ଚୌକିଦାର ଏବଂ ସେମାନେ ଦେଶକୁ ଲୁଟିବାକୁ ଦେବେ ନାହିଁ । ମୋଦୀଙ୍କ ଜିତିବା ସୁନିଶ୍ଚିତ । ସେ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ରହିବେ । ଏବେ ଭାରତକୁ କେହି ଲୁଟି ପାରିବେ ନାହିଁ । ଦେଶ ଏବେ ଉନ୍ନତି କରିବ ବୋଲି କହିଥିଲେ ବିବେକ ।

ସମ୍ବନ୍ଧିତ ଖବର