ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ କମଲ ହାସନଙ୍କୁ କଡ଼ା ଜବାବ ଦେଲେ ଅଭିନେତା ବିବେକ ଓବରଏ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ରବିବାର ଦିନ ନିର୍ବଚାନ ପ୍ରଚାର ଅଭିଯାନ ସମୟରେ କହିଥିଲେ କମଲ ହାସନ । ମେ ୧୯ ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ମୋହନରାଜଙ୍କ ପାଇଁ ଅବରାକୁରିଚି ଠାରେ ପ୍ରଚାର ସମୟରେ ମକ୍କଲ ନୀଧି ମଇୟାମ୍‌ (ଏମ୍‌ଏନ୍‌ଏମ୍‌) ଦଳର ନେତା କମଲ ହାସନ୍‌ ଏଭଳି ବୟାନ ଦଇଥିଲେ । ତେବେ କମଲ ହାସନଙ୍କ ଏଭଳି ବିବାଦୀୟ ବୟାନ ଆସିବା ପରେ ତାଙ୍କୁ ଟୁଇଟ୍‌ କରି କଡ଼ା ଜବାବ ଦେଇଛନ୍ତି ଅଭିନେତା ବିବେକ ଓବରଏ । .ସେ ଲେଖିଛନ୍ତି  ‘ପ୍ରିୟ, କମଲ୍ ସାର ! ଆପଣ ଜଣେ ମହାନ କଳାକାର । ଯେଉଁଭଳି ଭାବରେ କଳାର କୌଣସି ଧର୍ମ ନାହିଁ, ସେଭଳି ଭାବରେ ଆତଙ୍କବାଦୀମାନଙ୍କର କୌଣସି ଧର୍ମ ନଥାଏ । ତେବେ ଆପଣ ନଥୁରାମ ଗଡ଼ସେକୁ ଆତଙ୍କବାଦୀ ବୋଲି କହି ପାରିବେ । କିନ୍ତୁ ହିନ୍ଦୁ ଶବ୍ଦର ବ୍ୟବହାର ଆପଣ କାହିଁକି କଲେ? ଏକ ମୁସ୍‌ଲିମ୍‌ ପ୍ରବଣ ଅଞ୍ଚଳକୁ ଯାଇ ଭୋଟ୍‌ ମାଗୁଥିଲେ, ତା’ମାନେ ନୁହେଁ ଯେ ଆପଣ କିଛି ବି କହି ପାରିବେ।’

ସୂଚନା ମୁତାବକ, ନିର୍ବାଚନ ଅଭିଯାନ ସମୟରେ ଗୋଟାଏ ଭ୍ୟାନ୍‌ ଉପରେ ଥାଇ ହାସନ୍‌ କହିଥିଲେ, ଏଠାରେ ବହୁତ ମୁସଲମାନ ଥିବାରୁ ମୁଁ ଏ କଥା କହୁନାହିଁ। ଏ କଥା ମୁଁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଆଗରେ କହୁଛି। ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଥିଲା ଜଣେ ହିନ୍ଦୁ।

ସେ ଆହୁରି କହିଥିଲେ ଯେ  ମୁଁ ହେଉଛି ଗାନ୍ଧୀଜୀଙ୍କ ଅଣନାତି। ସେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ମୁଁ ଏଠାକୁ ଆସିଛି। ଏ ଘଟଣାକୁ ସେ ଦୃଷ୍ଟିରୁ ବିଚାର କରନ୍ତୁ। ଉତ୍ତମ ଭାରତୀୟମାନେ ଚାହାଁନ୍ତି ଭାରତ ସମାନ ଓ ଶାନ୍ତିପୂର୍ଣ୍ଣ ହେଉ ଏବଂ ତ୍ରିରଙ୍ଗାର ତିନୋଟି ରଙ୍ଗ ରହିଥାଉ।

ସମ୍ବନ୍ଧିତ ଖବର