ଭାରତ ସହ ଉତ୍ତରକୋରିଆର ସଂପର୍କ କିପରି ? ୨୦ ବର୍ଷ ପରେ ଭାରତର ଜଣେ ମନ୍ତ୍ରୀ ପେଙ୍ଗୟାଙ୍ଗ ଗ୍ରସ୍ତରେ ଯାଇଛନ୍ତି

ନୂଆଦିଲ୍ଲୀ : ବିଶ୍ୱରେ ଉତ୍ତରକୋରିଆ ଏକ ରହସ୍ୟମୟ, ବିପଦଜନକ ଓ ନିବୁଜ ଦେଶ ବୋଲି ଜଣାଶୁଣା । ଏହି ଦେଶ ସଂପର୍କରେ ବିଶ୍ୱବାସୀ ବିଶେଷ କିଛି ଜାଣିନାହାନ୍ତି । ନିଜର ପଡୋଶୀ ଦେଶ ଦକ୍ଷିଣ କୋରିଆ ଓ ଜାପାନ ସହ ଏହି ଦେଶର ଭଲ ସମ୍ପର୍କ ନାହିଁ । ଅମେରିକା ସହ ଏହାର ଅହି-ନକୂୂଳ ସଂପର୍କ । କିନ୍ତୁ ଭାରତ ସହ ଉତ୍ତର-କୋରିଆର ସମ୍ପର୍କ କିପରି ? କୁହାଯାଏ ଭାରତ ସହ ଉତ୍ତର କୋରିଆର ସବୁବେଳେ ଭଲ ସଂପର୍କ ରହିଆସିଛି । ପ୍ରାୟ ୪୫ ବର୍ଷ ପୂର୍ବେ ଭାରତ ଉତ୍ତରକୋରିଆ ସହ କୂଟନୈତିକ ସଂପର୍କ ସ୍ଥାପନ କରିଥିଲା । ସେବେଠାରୁ ଭାରତ ନିୟମିତଭାବେ ଉତ୍ତରକୋରିଆକୁ ସହାୟତା ପ୍ରଦାନ କରିଆସୁଛି । କିନ୍ତୁ ପରମାଣୁ କାର୍ଯ୍ୟକ୍ରମ ଲାଗି ଜାତିସଂଘ ଉତ୍ତରକୋରିଆ ଉପରେ କଟକଣା ଲଗାଇବା ପରେ ଭାରତ ନିଜର ସହାୟତା କମ କରିଦେଇଥିଲା । ତଥାପି ଭାରତ ସହାୟତାକୁ ସଂପୂର୍ଣ୍ଣ ବନ୍ଦ କରିନଥିଲା । ଏବେ ଉତ୍ତରକୋରିଆ ସହ ଆମେରିକା ଓ ଦକ୍ଷିଣକୋରିଆର ସଂପର୍କ ସୁଧୁରିଥିବାରୁ ଭାରତ ଦୀର୍ଘ ୨୦ ବର୍ଷ ପରେ ନିଜର ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂଙ୍କୁ ଉତ୍ତରକୋରିଆ ପଠାଇଛି । ଶ୍ରୀ ସିଂ ଗତକାଲିଠାରୁ ଦୁଇଦିନିଆ ଉତ୍ତରକୋରିଆ ଗ୍ରସ୍ତରେ ଅଛନ୍ତି । ଏହି ଅବସରର ସେ ଉତ୍ତରକୋରିଆ ସୁପ୍ରିମ ଆସେମ୍ବଲିର ଉପସଭାପତି କିମ ୟଙ୍ଗ ଡିଙ୍କୁ ଭେଟିଛନ୍ତି ।

ସମ୍ବନ୍ଧିତ ଖବର