ଦେଖନ୍ତୁ ଭିଡିଓ: ଆଇସ୍‌ ହକି ମ୍ୟାଚ୍‌ ବେଳେ ଗାଲିଚାରେ ଝୁଣ୍ଟି ମୁହଁମାଡ଼ି ହୋଇ ପଡୁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌

ନୂଆଦିଲ୍ଲୀ: ଗୋଟାଏ ବାର୍ଷିକ ଆଇସ୍‌ ହକି ମ୍ୟାଚ୍‌ରେ (ବରଫ ହକି ଖେଳ) ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଭିଡିଓ ଏବେ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହୋଇଛି।

ସୋଚି ଠାରେ ଚାଲିଥିବା ଏହି ମ୍ୟାଚ୍‌ ସମୟରେ ଭ୍ଲାଦିମିର୍‌ ପୁଟିନ୍‌ ଦେଖଣାହାରିଙ୍କ ଆଡ଼କୁ ହାତ ହଲାଉଛନ୍ତି। ଏବଂ ତଳେ ବିଛା ଯାଇଥିବା ଏକ ଲାଲ୍‌ ଗାଲିଚା ଉପରେ ଝୁଣ୍ଟି ମୁହଁମାଡ଼ି ବରଫରେ କଚାଡ଼ି ହୋଇ ପଡୁଛନ୍ତି। ପଡ଼ିଯିବା ପରେ କିନ୍ତୁ, ବିନା କୌଣସି ଆଘାତରେ ଚଟାପଟ୍‌ ଉଠିପଡୁଛନ୍ତି।

କଚଡ଼ା ଖାଇବା ସମୟରେ ରୁଷୀୟ ରାଷ୍ଟ୍ରପତି ହକି ମ୍ୟାଚ୍‌ ଜିଣିବା ଜିଣିବା ହେଉଥିଲେ। ଶୁକ୍ରବାର ରାତିରେ ଏହି ୬୬ ବର୍ଷିୟ ନେତା ବାର୍ଷିକ ପରମ୍ପରା ଅନୁସାରେ ଶୁକ୍ରବାର ଦିନ ବରଫ ଖେଳକୁ ଯାଇଥିଲେ।

ଭିଡିଓଟି ଅନ୍‌ଲାଇନ୍‌ରେ ପୋଷ୍ଟ୍‍ ହେବା ପରେ ଲୋକେ ହସକୌତୁକ ଭରା କଥା ପୋଷ୍ଟ୍‍ କରିବାରୁ ତାହା ତୁରନ୍ତ ଭାଇରାଲ୍‌ ହୋଇଥିଲା।

ଟୁଇଟର୍‌ରେ ଜଣେ ଲେଖିଛନ୍ତି: ଗ୍ରାଫିକ୍‌ ଇଣ୍ଟର୍‌ଚେଞ୍ଚ୍‌ ଫାଇଲ୍‌ଟିଏ ହେଲା। ଆଉ ଜଣେ ରହସ୍ୟ କରି ଲେଖିଛନ୍ତି ୩୯ ବର୍ଷ ବୟସରେ ଗାଲିଚାଟି ହୃଦ୍‌ଘାତରେ ମରିଗଲା।
ଖବର ଅନୁସାରେ ରାଷ୍ଟ୍ରପତି ପୁଟିନ୍‌ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଆଠଟି ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର