ଇଣ୍ଡୋନେସିଆର ବାଲି ଦ୍ୱୀପରେ ଆଗ୍ନେୟ ଉଦଗୀରଣ, ଏୟାରପୋର୍ଟକୁ ବନ୍ଦ କରାଗଲା

ଜାକାର୍ତ୍ତା : ଇଣ୍ଡୋନେସିଆର ବାଲି ଦ୍ୱୀପରେ ଥିବା ଅଗଙ୍ଗ ପର୍ବତରେ ଥିବା ଆଗ୍ନେୟଗିରି ଉଦଗୀରଣ ହେବାରୁ ଏଠାରେ ଥିବା ଏୟାରପୋର୍ଟକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ଯାତ୍ରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହି ଆଗ୍ନେୟ ଉଦଗୀରଣ ହେବା ଫଳରେ ଖଣ୍ଡମଣ୍ଡଳରେ ଧୂଆଁ ଓ ପାଉଁଶ ଖେଳିଯାଇଛି । ଏପରିକି ପାଉଁଶ ପ୍ରାୟ ୨ ହଜାର ମିଟର ଉଚ୍ଚ ଆକାଶକୁ ବ୍ୟାପୀ ଯାଇଛି । ଇଣ୍ଡୋନେସିଆ ସରକାରଙ୍କ ସୁତ୍ରରୁ ଜଣାପଡିଛି ଯେ ବାଲି ଏୟାରପୋର୍ଟ ଜୁନ ୨୯ ତାରିଖ ସକାଳ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଇଛି । ତେବେ ୭ ଟା ପରେ ଏହା ସମୟସୀମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇଦିଆଯାଇଛି । ଏୟାରପୋର୍ଟ ବନ୍ଦ ହେବା ଯୋଗୁଁ ପ୍ରାୟ ୨୩୯ଟି ଘରୋଇ ୨୦୭ଟି ଅନ୍ତର୍ଜାତୀୟ ଫ୍ଲାଇଟ ବାତିଲ କରାଯାଇଛି । ଏହା ଦ୍ୱାରା ପ୍ରାୟ ୮ ହଜାର ଯାତ୍ରୀ ସମସ୍ୟାରେ ପଡିଯାଇଛନ୍ତି । ଅନ୍ୟପକ୍ଷରେ ଅଗଙ୍ଗ ପର୍ବତର ଶିଖରଠାରୁ ୪ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଆକାଶକୁ ଉଡାଣ ନିଷିଦ୍ଧ ଅଂଚଳ ଘୋଷଣା କରାଯାଇଛି । ଅର୍ଥାତ ଏହି ଅଂଚଳରେ ବିମାନ ଚଳାଚଳ କରିପାରିବ ନାହିଁ । ନଭେମ୍ବର ୨୧, ୨୦୧୭ରେ ପ୍ରଥମ ଥର ପାଇଁ ଏହି ଆଗ୍ନେୟଗିରିରୁ ଆଗ୍ନେୟଉଦଗୀରଣ ହୋଇଥିଲା । ସେବେଠାରୁ ଇଣ୍ଡୋନେସିଆର ଏହି ପର୍ଯ୍ୟଟନ ସହରରେ ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର