ନିର୍ବାଚନ ସଂପର୍କରେ ସଚେତନ କରିବ ‘ଭୋଟର ଫୋରମ’

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ପାଇଁ ମନ୍ତ୍ରଣାଳୟ, ସରକାରୀ ବିଭାଗ, ବେସରକାରୀ ବିଭାଗ ତଥା ଅନ୍ୟ ଅନୁଷ୍ଠାନମାନଙ୍କରେ ମତଦାତା ସଚେତନତା ଫୋରମ ଗଠନ ହେବ । ନିର୍ବାଚନ କମିଶନ, ଭାରତଙ୍କ ପକ୍ଷରୁ ୧୬ ଜାନୁଆରୀ, ୨୦୧୯ ରେ ପ୍ରବାସୀ ଭାରତୀୟ କେନ୍ଦ୍ର, ନୂଆଦିଲ୍ଲୀଠାରେ ବିଭିନ୍ନ ମନ୍ତ୍ରଣାଳୟର ନୋଡାଲ ଅଫିସର, ଭାରତ ସରକାର ଏବଂ ବିଭିନ୍ନ ଫେଡେରେସନର ପ୍ରତିନିଧିଙ୍କୁ ଏ ନେଇ ସୂଚନା ଦିଆଯିବ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ମଧ୍ୟ ୧୬ ଜାନୁଆରୀରେ ଅଧିବେଶନ ମାଧ୍ୟମରେ ବିଭିନ୍ନ ବିଭାଗର ନୋଡାଲ ଅଫିସର, ବେସରକାରୀ ବିଭାଗ, ସିଏସଓ, କର୍ପୋରେଟ ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଏ ସଂପର୍କରେ ସୂଚନା ଦେବେ ।

ଏକ ଅନୌପଚାରିକ ଫୋରମ ଭାବରେ ମତଦାତା ସଚେତନତା ଫୋରମ, ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ଚକ୍ର, କ୍ୱିଜ, ପ୍ରତିଯୋଗିତା ଓ ଅନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିବ । ସଂସ୍ଥାର ସମସ୍ତ କର୍ମଚାରୀ ଭିଏଏଫ ସଦସ୍ୟ ଭାବେ ଯୋଗ ଦେବେ ବୋଲି ଆଶା ଥିବା ବେଳେ ସଂସ୍ଥାର ମୁଖ୍ୟ ଭିଏଏଫର ଅଧ୍ୟକ୍ଷତା କରିବେ ।

ଭିଏଏଫ, ନିର୍ବାଚନ କମିଶନ, ଭାରତଙ୍କ ନିର୍ବାଚନ ସାକ୍ଷରତା କାର୍ଯ୍ୟକ୍ରମର ଅଂଶ ବିଶେଷ । ୨୫ ଜାନୁୟାରୀ, ୨୦୧୮ ରେ ୮ମ ଜାତୀୟ ମତଦାତା ଦିବସ ଅବସରରେ ଆରମ୍ଭ ହୋଇଥିବା ଇଏଲସି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନିର୍ବାଚନ ସାକ୍ଷରତା କ୍ଲବ ଓ ପ୍ରତ୍ୟେକ ବୁଥରେ ନିର୍ବାଚନ ପାଠଶାଳା ଗଠନ କରି ଔପଚାରିକ ଶିକ୍ଷା ପ୍ରଣାଳୀ ବାହାରେ ଥିବା ବ୍ୟକ୍ତିଙ୍କୁ ନିର୍ବାଚନ ସମ୍ପର୍କରେ ସଚେତନ କରାଯିବ । କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୨.୧୧ ଲକ୍ଷ ଇଏଲସି ସ୍ଥାପିତହୋଇଛି ।

ଇଏଲସି ଓ ନିର୍ବାଚନ ପାଠଶାଳାର ସଞ୍ଚାଳନ ରିସୋର୍ସ ଗାଇଡ ବ୍ୟବହାରକାରୀ ସଂଯୋଜକ ମାନଙ୍କ ଦ୍ୱାରା ହୋଇଥାଏ, ଯେଉଁଥିରେ ପ୍ରତ୍ୟେକ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ସୂଚନା ଥାଏ । ୯ମ, ୧୦ମ, ୧୧ଶ ଓ ୧୨ଶ ଶ୍ରେଣୀ ପାଇଁ ଅଲଗାରିସୋର୍ସ ପୁସ୍ତିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ସାରା ବର୍ଷର କାର୍ଯ୍ୟକ୍ରମ ସ୍ଥାନ ପାଇଛି । ପ୍ରତ୍ୟେକ ଶ୍ରେଣୀ ପାଇଁ ୪ ଘଣ୍ଟାର ୬ ରୁ ୮ ଟି ଗତିବିଧି ନିର୍ଦ୍ଦିଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର