ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଆରମ୍ଭ; ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏପ୍ରିଲ୍ ୧୮ ତାରିଖ, ଗୁରୁବାର ସକାଳ ୭ଟାରୁ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲୁ ରହିବ। ଆଜି ମତ ଗ୍ରହଣ କରାଯାଉଥିବା ରାଜ୍ୟଗୁଡ଼ିକ ହେଲା- ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମିଣିପୁର, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବା ଲାଗି ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି।
Dear Citizens of India,
Phase 2 of the Lok Sabha polls start today. I am sure all those whose seats are polling today will strengthen our democracy by exercising their franchise.
I hope more youngsters head to the polling booths and vote!
— Chowkidar Narendra Modi (@narendramodi) April 18, 2019
ସେ ଟୁଇଟ୍ କରିଛନ୍ତି: ପ୍ରିୟ ଭାରତର ନାମରିକମାନେ
ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଭୋଟ୍ ଚାଲିଛି। ମୁଁ ନିଶ୍ଚିତ ଯେ ଯେଉଁମାନଙ୍କ ଆସନରେ ଆଜି ଭୋଟ୍ ଚାଲିଛି ସେମାନେ ମତଦାନ କରି ଆମ ଗଣତନ୍ତ୍ରକୁ ସମୃଦ୍ଧ କରିବେ।
ମୋର ଆଶା ମତଦାନ କେନ୍ଦ୍ରକୁ ଯାଇ ଅଧିକ ତରୁଣତରୁଣୀ ଭୋଟ୍ ଦିଅନ୍ତୁ!
ଆଜିର ପ୍ରାରମ୍ଭିକ ଭୋଟ ଦାତାମାନଙ୍କ ମଧ୍ୟରେ ଅଛନ୍ତି ଏଇମାନେ-
ତାମିଲନାଡୁରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ଶିବଗଙ୍ଗାର କାରାଇକୁଡ଼ି ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ ମଧ୍ୟ ଚେନ୍ନାଇ କେନ୍ଦ୍ରୀୟ ସଂସଦୀୟ କ୍ଷେତ୍ର ଷ୍ଟେଲା ମେରିସ୍ କଲେଜ୍ରେ ହୋଇଥିବା ବୁଥ୍ରେ ଭୋଟ୍ ଦେଇଛନ୍ତି। କଂଗ୍ରେସ ନେତା ସୁଶୀଳ କୁମାର ଶିନ୍ଧେ ମଧ୍ୟ ସୋଲାପୁର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି।
ନଳିନୀ ଚିଦାମ୍ବରମ୍, କାର୍ତି ଚିଦାମ୍ବରମ୍ ଏବଂ ତାଙ୍କ ପତ୍ନୀ ଶ୍ରୀନିଧି ରଙ୍ଗରାଜନ ମଧ୍ୟ ଶିବଗଙ୍ଗାର କାରାଇକୁଡ଼ି ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି।।
ଆସାମ, ଓଡ଼ିଶା ଏବଂ ଅନ୍ୟ କେତେକ ରାଜ୍ୟର କେତେକ ବୁଥ୍ରେ ଇଭିଏମ୍ କାମ କରୁ ନ ଥିବା ଖବର ମଧ୍ୟ ଆସୁଛି।
ଆଜିର ମତଦାନରେ ଭାଗ୍ୟ ନିର୍ଦ୍ଧାରଣ କରାଯାଉଥିବା ପ୍ରମୁଖ ପ୍ରାର୍ଥୀମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍ ଅଧ୍ୟକ୍ଷ ଏଚ୍ଡି ଦେବେଗୌଡ଼ା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ପୁତ୍ର ନିଖିଳ ଗୌଡ଼ା, ଦିଂବଗତ ପୂର୍ବତନ କଂଗ୍ରେସ ନେତା ଏମ୍ଏଚ୍ ଅମ୍ବରୀଶଙ୍କ ପତ୍ନୀ ସୁମଲତା ଅମ୍ବରୀଶ, ନେସ୍ନାଲ୍ କନ୍ଫରେନ୍ସ୍ ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଜୁଏଲ୍ ଓରାମ, ସଦାନନ୍ଦ ଗୌଡ଼ା ଏବଂ ପନ୍ ରାଧାକୃଷ୍ଣନନ୍ ଏବଂ ଡିଏମ୍କେର ଦୟାନିଧି ମାରାନ, ଏ ରାଜା ଏବଂ କାନିମୋଝି।