ଅଷ୍ଟ୍ରେଲିଆରେ ମତଦାନ ନ କଲେ ଦେବାକୁ ପଡ଼େ ଜରିମାନା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅନେକ ଦେଶରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଭାରତରେ ୬ଟି ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ମେ’୧୯ରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ଶନିବାର ଅଷ୍ଟ୍ରେଲିଆରେ ସାଧାରଣ ନିର୍ବାଚନ ପାଇଁ ମତଦାନ ହୋଇଥିବା ଜଣାପଡ଼ିଛି । ୧୯୨୪ ମସିହାରେ ପ୍ରଥମେ ଅଷ୍ଟ୍ରେଲିଆରେ ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା, ଯାହା ପରଠାରୁ ସେଠାରେ କେବେ ହେଲେ ୯୧%ରୁ କମ ଭୋଟିଂ ହୋଇ ନାହିଁ । ୧୯୯୪ରେ ୯୬.୨୨% ମତଦାନ କରାଯାଇଥିଲା ।

punjabkesari.in

ମତଦାନ ବାଧ୍ୟତାମୂଳକ ହେବା ଦ୍ୱାରା ସେଠାରେ ଲୋକମାନେ ରାଜନୀତି ଏବଂ ସରକାରଙ୍କ କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଥାନ୍ତି । ଯେଉଁ ଲୋକମାନେ ମତଦାନ କରନ୍ତି ନାହିଁ, ସେମାନଙ୍କୁ ସରକାର ଜବାବ ମାଗିଥାନ୍ତି । ସନ୍ତୋଷଜନକ ଜବାବ ବା ଉଚିତ କାରଣ ଜଣା ନ ପଡ଼ିଲେ ପାଖାପାଖି ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ । ଏଭଳି ନିୟମ କରାଯାଇଥିବାରୁ ଅଷ୍ଟ୍ରେଲିଆରେ ପ୍ରାୟ ସମସ୍ତେ ମତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।

ସମ୍ବନ୍ଧିତ ଖବର