ପାକିସ୍ତାନରେ ଭୋଟଗ୍ରହଣ ଶେଷ, ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଇମ୍ରାନଙ୍କୁ ନୋଟିସ

ଇସ୍ଲାମାବାଦ : ପାକିସ୍ତାନରେ ଭୋଟ ଗ୍ରହଣ ଶେଷ ହୋଇଛି । ଏଥର ନିର୍ବାଚନରେ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଆଗୁଆ ଥିବା ଅନୁମାନ କରାଯାଉଛି । କିନ୍ତୁ ନିର୍ବାଚନ ବେଳେ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ ଇମ୍ରାନଙ୍କୁ ନୋଟିସ ଜାରି କରାଯାଇଛି । ଭୋଟ ଦେବା ବେଳେ ସେ କ୍ୟାମେରାକୁ ଦେଖେଇ ଭୋଟ ଦେଇଥିବା ଅଭିଯୋଗ ହେଉଛି । ଏହି ଅଭିଯୋଗ ପାଇବା ପରେ ଆୟୋଗ ଏହି ନୋଟିସ ଜାରି କରିଛି । କିନ୍ତୁ ଏହା ସତ୍ୟ ନୁହେଁ ବୋଲି ପିଟିଆଇ କହିଛି । ଇମ୍ରାନ କୌଣସି ଆଚରଣବିଧି ଉଲ୍ଲଙ୍ଘନ କରିନାହାନ୍ତି ଓ ଏହା ଏକ ମିଥ୍ୟା ଖବର ବୋଲି ଦଳ କହିଛି ।

ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଓ ନଓ୍ଵାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌ – ନଓ୍ଵାଜ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି । କିନ୍ତୁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ ନକଲେ ପାକିସ୍ତାନ ପିପୁଲ୍ସ ପାର୍ଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଯିବ ।

ସମ୍ବନ୍ଧିତ ଖବର