ଓ୍ଵାନାକ୍ରାଏ ‘ରାନସମେଓ୍ଵର’ ସାଇବର ଆକ୍ରମଣ ପଛରେ ଉତ୍ତର କୋରିଆ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ଓ୍ଵାନାକ୍ରାଏ ‘ରାନସମେଓ୍ଵର’ ସାଇବର ଆକ୍ରମଣ ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛି ଉତ୍ତର କୋରିଆ। ସାରା ବିଶ୍ୱରେ ବିଭିନ୍ନ ହସ୍ପିଟାଲ, ବ୍ୟାଙ୍କ୍‌ ଏବଂ ଘରୋଇ କମ୍ପାନି ଗୁଡ଼ିକର ନିଦ ହଜାଇଦେଇଥିବା ଏହି ଓ୍ଵାନାକ୍ରାଏ ସାଇବର ଆକ୍ରମଣ ପାଇଁ ଉତ୍ତର କୋରିଆ ହିଁ ସିଧାସଳଖ ଦାୟୀ ବୋଲି ଆମେରିକା ଆଜି ସ୍ପଷ୍ଟ କରିଛି ।

ଆମେରିକାର ବିଭିନ୍ନ ତଦନ୍ତକାରୀ ସଂସ୍ଥାର ରିପୋର୍ଟ ଆଧାରରେ ଉତ୍ତର କୋରିଆକୁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ କରାଯାଇଛି । ଲାଜାରୁସ ଗ୍ରୁପ୍‌ ନାମକ ଏକ ହ୍ୟାକିଂ ସଂସ୍ଥା ଉତ୍ତର କୋରିଆ ସରକାର ଦ୍ୱାରା ପରିଚାଳିତ ହୋଇ ଏହି ଓ୍ଵାନାକ୍ରାଏ ଆକ୍ରମଣ କରିଥିଲା। ଏହାପୁର୍ବରୁ ସାଇବର ଫାର୍ମ ସିମାଣ୍ଟେକ୍‌ ଏବଂ ବ୍ରିଟିଶ ସରକାର ସହ ଅନେକ ସୁରକ୍ଷା ବିଶେଷଜ୍ଞମାନେ ମଧ୍ୟ ଓ୍ଵାନାକ୍ରାଏ ରାନସମେଓ୍ଵର ସାଇବର ଆକ୍ରମଣ ପଛରେ ଉତ୍ତର କୋରିଆର ହାତ ରହିଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର