କାଶ୍ମୀର ସମସ୍ୟା ସତ୍ତ୍ୱେ ଭାରତ ସହ ସୁସମ୍ପର୍କ ଜରୁରୀ : ଇମ୍ରାନ ଖାଁ

ଇସ୍ଲାମାବାଦ : ପାକିସ୍ତାନ ନିର୍ବାଚନରେ ଏକକ ସର୍ବବୃହତ ଦଳ ହୋଇଥିବାରୁ ଇମ୍ରାନ ଖାଁଙ୍କ ଦଳ ସରକାର ଗଢିବା ଏକରକମ ନିଶ୍ଚିତ ହୋଇଯାଇଛି । ଇମ୍ରାନ ଖାଁ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ଏହା ପୂର୍ବରୁ ଆଜି ସେ ଗଣମାଧ୍ୟମକୁ ସମ୍ବୋଧିତ କରି ପାକିସ୍ତାନକୁ ବିକାଶ ପଥରେ ଆଗେଇ ନେବାକୁ ପ୍ରତଶୃତି ଦେଇଛନ୍ତି । ଭାରତ ସମ୍ପର୍କରେ ସେ କହିଛନ୍ତି ଯେ କାଶ୍ମୀର ସମସ୍ୟା ଦୁଇଦେଶର ସଂପର୍କ ମଧ୍ୟରେ ବଡ଼ ପ୍ରତିବନ୍ଧକ ହୋଇ ରହିଥିବା ସତ୍ତ୍ୱେ ଆମକୁ ସମ୍ପର୍କକୁ ଆଗେଇ ନେବାକୁ ହେବ । ଭାରତ ଗୋଟିଏ ପାଦ ଆଗକୁ ଆସିଲେ ଆମେ ଦୁଇପାଦ ଆଗେଇବାକୁ ପ୍ରସ୍ତୁତ ଅଛୁ । ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଲେ ବେପାର ବାଣିଜ୍ୟ ବୃଦ୍ଧି ପାଇବ । ଏହା ଦ୍ୱାରା ପାକିସ୍ତାନରେ ଆର୍ଥିକ ପ୍ରଗତି ଆସିପାରିବ ବୋଲି ସେ କହିଛନ୍ତି । ତେବେ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରି ସେ କହିଛନ୍ତି ଯେ ତାଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଉଛି । ଅନ୍ୟପକ୍ଷରେ ପାକିସ୍ତାନର ସବୁ ପଡୋଶୀ ଓ ଆମେରିକା ସହିତ ସେ ସୁସମ୍ପର୍କ ରଖିବାକୁ ପ୍ରତିଶୃତି ଦେଇଛନ୍ତି ।

ସମ୍ବନ୍ଧିତ ଖବର