‘ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉଭୟଙ୍କ ପାଇଁ ଆତ୍ମଘାତୀ ସଦୃଶ ହେବ’: ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପଡ଼ୋଶୀ ଭାରତ ସହ ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ପ୍ରସ୍ତାବ ଦେଇ ଆସୁଥିଲେ ସୁଦ୍ଧା, ପାକିସ୍ତାନର ଶାନ୍ତି ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରୁ ନଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି ଯେ ଉଭୟ ଭାରତ ଓ ପାକିସ୍ତାନ ହେଉଛନ୍ତି, ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ର। ତେଣୁ, ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଉଭୟଙ୍କ ପାଇଁ ଆତ୍ମଘାତୀ ସଦୃଶ ହେବ। ଏ ସତ୍ୟତାକୁ ଉଭୟ ରାଷ୍ଟ୍ର ବେଶ ଭଲ ରୂପେ ବୁଝିଛନ୍ତି।

ତୁର୍କୀର ସମ୍ବାଦ ସରବରାହ ସଂସ୍ଥା ‘ଟିଆର୍‌ଟି ଓ୍ଵାର୍ଲଡ୍‌’କୁ ଏକ ସାକ୍ଷାତକାର ଦେବା ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି ଯେ, ଉଭୟ ଭାରତ ଓ ପାକିସ୍ତାନ ହେଉଛନ୍ତି, ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ର। ତେଣୁ, ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଉଭୟଙ୍କ ପାଇଁ ଆତ୍ମଘାତୀ ସଦୃଶ ହେବ। ଏପରିକି ଉଭୟ ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ବା ଛାୟା ଯୁଦ୍ଧ ମଧ୍ୟ ଉଭୟ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ପଡ଼ୋଶୀ ଭାରତ ସହ ଶାନ୍ତି ପ୍ରତିଷ୍ଠା ସହ ଶାନ୍ତି ବଜାୟ ରଖିବାକୁ ଚାହୁଁଛି। ଏବଂ ପରସ୍ପର ସହ ଆପୋଷ ଆଲୋଚନା ମାଧ୍ୟମରେ ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ସମସ୍ତ ବିବାଦର ଶାନ୍ତପୂର୍ଣ୍ଣ ସମାଧାନ କରିବାକୁ ପ୍ରସ୍ତୁତ ଅଛି।

ସେଥିପାଇଁ ପାକିସ୍ତାନ ନିଜ ଆଡ଼ୁ ଅନେକ ଥର ଆଲୋଚନା ପାଇଁ ଭାରତକୁ ପ୍ରସ୍ତାବ ଦେଇ ସାରିଲାଣି। ହେଲେ, ପାକିସ୍ତାନ ପକ୍ଷରୁ ଦିଆ ଯାଉଥିବା ପ୍ରସ୍ତାବ ପ୍ରତି ଭାରତ ସରକାର ସକରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୁଣି ଥରେ ତାଙ୍କ ପୂର୍ବ ବକ୍ତବ୍ୟ ଦୋହରାଇବାକୁ ଯାଇ କହିଛନ୍ତି, ‘ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଯଦି ଗୋଟିଏ ପାଦ ଆଗକୁ ବଢ଼ାଏ, ତେବେ ଆମେ ଦୁଇପାଦ ଆଗକୁ ବଢ଼ାଇବୁ’।

ସମ୍ବନ୍ଧିତ ଖବର