ନର୍ସଙ୍କୁ ଅବଳା ବୋଲି ଭାବି ନିଜ କ୍ୟାବିନ୍‌ ଭିତରେ ଅସଦାଚରଣ କଲେ ଡ଼ାକ୍ତର, ତା’ପରେ ଉପୁଜିଥିବା ପରିସ୍ଥିତିର ଭିଡ଼ିଓ ହେବାରେ ଲାଗିଛି ଭାଇରାଲ

ପଟନା: ବିହାରର କଟିହାରରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଜଣେ ଡ଼ାକ୍ତର ନର୍ସଙ୍କ ସହ ଅସଦାଚରଣ କରିବା ପରେ ଘଟିଥିବା ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡ଼ିଓରେ ଡ଼ାକ୍ତରଖାନାର ସମସ୍ତ ନର୍ସ ଡ଼ାକ୍ତରଙ୍କ ପଛେ ପଛେ ଗୋଡ଼ାଇବା ସହ ତାଙ୍କୁ ବିଧା ଗୋଇଠା ମାରିବା ସହ ଚପଲ ଫିଙ୍ଗୁ ଥିବାର ଦେଖା ଯାଇଛି ।

ସୂଚନା ମୁତାବକ, କଟିହାରରେ ଥିବା ଡ଼ାକ୍ତରଖାନାର ଜନୈକ ଡ଼ାକ୍ତର ଜଣେ ଟ୍ରେନିଂରେ ଥିବା ନର୍ସଙ୍କ ସହ ଅସଦାଚରଣ କରିଥିଲେ । ନର୍ସ ଏହାର ଅଭିଯୋଗ ଆଣିବା ପରେ ଡ଼ାକ୍ତରଖାନାର ସମସ୍ତ ନର୍ସ ଡ଼ାକ୍ତରଙ୍କୁ ଅଟକାଇ ମାଡ଼ ମାରିଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ୍‌ ସେଠାରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ଡ଼ାକ୍ତର ଫେରାର ହୋଇ ସାରିଥିଲା । ହେହେଲ, ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର