ନୂଆଦିଲ୍ଲୀ: ହରିୟାଣାର ଚର୍ଖୀ ଦାଦ୍ରିରେ ଆଜି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ସେ କହିଛନ୍ତି ଯେ ଯେଉଁ ପାଣି ପାକିସ୍ତାନକୁ ଚାଲିଯାଉଛି ତାହାକୁ ସେ ଅଟକାଇବେ ଓ ହରିୟାଣାର ଲୋକଙ୍କ ଘରେ ଘରେ ଏହି ପାଣିକୁ ପହଞ୍ଚାଇବେ | ମୋଦୀ କହିଛନ୍ତି ଯେ ୭୦ ବର୍ଷ ଧରି ଭାରତ ଓ ହରିୟାଣାର କୃଷକଙ୍କ ଅଧିକାର ଥିବା ପାଣି ପାକିସ୍ତାନକୁ ଚାଲିଯାଉଛି |
#WATCH "Hindustan aur Haryana ke kisaano ke haq ka paani 70 saal tak Pakistan jata raha...yeh Modi paani ko rokega aur aapke ghar tak laayega. Iss paani par haq Hindustan ka hai, Haryana ke kisaan ka hai," PM Modi at an election rally in #Haryana's Charkhi Dadri pic.twitter.com/4ibs8FUTuK
— ANI (@ANI) October 15, 2019
ଏହି ପାଣି ଉପରେ ସମସ୍ତ ଭାରତ ବାସୀଙ୍କର ଅଧିକାର ଥିବାରୁ ଏହାକୁ ଅଟକାଇ କୃଷକଙ୍କ ଜମି ଓ ଲୋକଙ୍କ ଘରେ ପହଞ୍ଚାଇବେ | ମୋଦୀ କହିଥିଲେ ଯେ ବିଗତ ସରକାରଙ୍କ ଯୋଗୁଁ ଭାରତର ପାଣି ପାକିସ୍ତାନକୁ ଚାଲିଯାଉଛି |
ସିନ୍ଧୁ ଚୁକ୍ତିନାମା ଅନୁସାରେ ଯେଉଁ ପାଣି ପାକିସ୍ତାନକୁ ଚାଲିଯାଉଛି ଏଥିରେ ସଂଶୋଧନ କରାଇବାକୁ ମୋଦୀ ନିଜେ ପ୍ରୟାସ ଆରମ୍ଭ କରିଥିବାର ସଙ୍କେତ ଦେଇଛନ୍ତି | ସେହିପରି ମୋଦୀ କହିଛନ୍ତି ଯେ ହରିୟାଣାର ଗାଁ ଯଦି ଆଗକୁ ଆସିନଥାନ୍ତା ତେବେ 'ବେଟି ବଚାଓ ବେଟି ପଢାଓ' ଆନ୍ଦୋଳନ ଏତେ ପ୍ରଭାବଶାଳୀ ହୋଇପାରିନଥାନ୍ତା | ଏଠାରେ ସୂଚନା ଥାଉ କି ଆସନ୍ତା ଅକ୍ଟୋବର ୨୧ ତାରିଖରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବ।