ଆମ ସୌରଜଗତ୍‌ ବାହାରେ ଥିବା ଗ୍ରହର ବାୟୁମଣ୍ଡଳରେ ଜଳର ସନ୍ଧାନ ମିଳିଛି

ଲଣ୍ଡନ: ସୁଦୂରରେ ଅବସ୍ଥିତ ଗୋଟାଏ ତାରକାକୁ ପରିକ୍ରମା କରୁଥିବା ଗୋଟାଏ ପୃଥିବୀ ଭଳି ଗ୍ରହର ବାୟୁମଣ୍ଡଳରେ ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଜଳର ସନ୍ଧାନ ପାଇଛନ୍ତି। ଆମ ସୌରଜଗତ୍‌ ବାହାରେ ମଧ୍ୟ ଜୀବନର ମୁଖ୍ୟ ଉପାଦାନ ରହିଥିବାର ଏହା ହେଉଛି ପ୍ରମାଣ ବୋଲି ବୁଧବାର ଦିନ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।

କେ୨-୧୮ବି ନାମକ ଏହି ଗ୍ରହର ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବାର ଜଣାପଡ଼ିଛି। ସୁପର୍‌- ଆର୍ଥ କୁହାଯାଉଥିବା ଶହ ଶହ ଗ୍ରହଗୁଡ଼ିକ ମଧ୍ୟରୁ ଏ ଗ୍ରହଟି ଅନ୍ୟତମ। ଏହିସବୁ ଗ୍ରହଗୁଡ଼ିକର ଆକାର ପୃଥିବୀ ଓ ନେପ୍‌ଚୁନ୍‌ ଆକାର ମଧ୍ୟରେ ବିଭିନ୍ନ ଧରଣର ଏବଂ ଏଯାବତ୍‌ ଏ ପ୍ରକାରର ୪୦୦୦ ଗ୍ରହ ଚିହ୍ନଟ କରାଗଲାଣି।

ସଦ୍ୟତମ ଆବିଷ୍କାରକ ସଂକ୍ରାନ୍ତ ତଥ୍ୟ ୟୁନିଭର୍ସିଟି କଲେଜ ଲଣ୍ଡନ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି। ଆଷ୍ଟ୍ରୋଫିଜିସିଷ୍ଟ୍‍ ଆଇନ୍‌ଗୋ ଓ୍ଵାଲ୍‌ଡ୍‌ମାନ୍‌ କହିଛନ୍ତି କି, ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଯୋଗେ କେ୨-୧୮ବିର ବାୟୁମଣ୍ଡଳର ଅନୁଶୀଳନ କରାଯାଇଛି।

କୌଣସି ସୁପର୍‌-ଆର୍ଥ ଚତୁଃପାର୍ଶ୍ୱରେ ବୈଜ୍ଞାନିକମାନେ ଜଳର ସନ୍ଧାନ ପାଇବାରେ ଏହା ହେଉଛି ପ୍ରଥମ ଘଟଣା।

ସମ୍ବନ୍ଧିତ ଖବର