ରେଳଷ୍ଟେସନରେ ଜଳପ୍ରପାତ ଓ ମୟୁର ପୂଛ

ଦୁର୍ଗାପୁର: ରେଳ ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଭିନ୍ନ ଭିନ୍ନ ଉପାୟ ଆପଣାଯାଉଛି | ସୁସଜ୍ଜିତ ଅତିଥି ରୁମ ସହ ବ୍ୟବସ୍ଥିତ ଟିକେଟ ବ୍ୟବସ୍ଥାକୁ ଆପଣା ଯାଇଥିବା ବେଳେ ଏବେ ରେଳଷ୍ଟେସନର ସୌନ୍ଦର୍ଯ୍ୟକରଣକୁ ରେଳ ମନ୍ତ୍ରାଳୟ ଗୁରୁତ୍ୱ ଦେବାରେ ଲାଗିଛି | ବିଶେଷ କରି ଟ୍ରେନର ପରିଷ୍କାର ପରିଛନ୍ନତା ସହ ଟ୍ରେନ ବଗିର ଆଧୁନିକୀକରଣ କରାଯାଇ ନୂଆ ରୂପ ଦିଆଯାଉଛି |

 

ତେବେ ପଶ୍ଚିମବଙ୍ଗର ଆସାନସୋଲ ଡିଭିଜନର ଦୁର୍ଗାପୁର ଷ୍ଟେସନରେ ଥିବା ଫୁଟ ଓଭରବ୍ରିଜକୁ ଏବେ ଏଭଳି ସଜ୍ଜିତ କରାଯାଇଛି ଯାହାକି ଏଠାକାର ରେଳ ଯାତ୍ରୀଙ୍କୁ ଆକର୍ଷିତ କରୁଛି | ଏଠାକାର ଫୁଟ ଓଭରବ୍ରିଜକୁ ମୟୁରପୂଛ ଭଳି ରଙ୍ଗ ଦିଆଯିବା ସହ ଜଳପ୍ରପାତର ରଙ୍ଗ ମଧ୍ୟ ଦିଆଯାଇଛି | ଯାହାକି ଦୂରରୁ ଦେଖିଲେ ଭ୍ରମ ସୃଷ୍ଟି କରୁଛି | ସିମେଣ୍ଟ ପାହାଚରେ ନୂଆ ଢଙ୍ଗର ଫୁଟ ଓଭରବ୍ରିଜ ଦେଖିବାକୁ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ମହାରାଷ୍ଟ୍ରର ନାନ୍ଦେଡ଼ର ହଜୁର ସାହିବ ରେଳ ଷ୍ଟେସନରେ ମଧ୍ୟ ସୁନ୍ଦର ଚିତ୍ର ଅଙ୍କାଯାଇଥିଲା | ଭାରତୀୟ ରେଳର କ୍ରମବିକାଶକୁ ଏହି ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା |

ସମ୍ବନ୍ଧିତ ଖବର