ନୂଆଦିଲ୍ଲୀ : ଭାରତ ବିରୋଧରେ ଆମର କୌଣସି ବିଦ୍ୱେଷ ନାହିଁ । ବରଂ ଆଫଗାନିସ୍ତାନର ପୁନର୍ନିର୍ମାଣ ଲାଗି ଆମେ ଭାରତର ସହାୟତା ଆବଶ୍ୟକ କରୁଛୁ ବୋଲି କହିଛନ୍ତି ତାଲିବାନର ମୁଖପାତ୍ର ମହମ୍ମଦ ସୁହେଲ ସାହିନ । ଆମେ ଭାରତର ସହାୟତା ଚାହୁଁଥିବାବେଳେ କାହିଁକି ଆମ ଯୋଦ୍ଧାମାନଙ୍କୁ ଭାରତ ବିପକ୍ଷରେ ଲଢାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ନିଷ୍ପତ୍ତି ନେଇଛି । ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନକୁ ପୁଣି ତାଲିବାନ ଅଧିକାର କରିନେବାର ସମ୍ଭାବନା ରହିଛି । ଏପରି ହେଲେ ତାଲିବାନ ପକ୍ଷରୁ ଭାରତକୁ ମଧ୍ୟ ଆତଙ୍କବାଦୀ ପଠାଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି । କିନ୍ତୁ ଏହି ଆଶଙ୍କା ଅମୂଳକ ବୋଲି ସେ କହିଛନ୍ତି । ଆମେ ଅନ୍ୟ କୌଣସି ଦେଶରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁୁଁ । ବରଂ ଆମେ ଅନ୍ୟଦେଶମାନଙ୍କ ସହ ଭଲ ସଂପର୍କ ରଖିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।

ଅକ୍ଟୋବର ପ୍ରଥମ ସପ୍ତାହରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଲିବାନର ୨ୟ ସର୍ବୋଚ୍ଚ ନେତା ମୁଲ୍ଲା ଅବଦୁଲ ଗନି ବରାଦରକୁ ଭେଟିଥିଲେ । ଏହି ଘଟଣା ଭାରତ ପାଇଁ ଏକ ସତର୍କ ଘଣ୍ଟି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଗକୁ ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିପାରେ ବୋଲି ଆଶଙ୍କା କରାଯାଉଛି ।