ଆମେ ରାଜନୀତି ଠାରୁ ଖୁବ୍‌ ଦୂରରେ ରହୁ: ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ଵତ

ନୂଆଦିଲ୍ଲୀ: ବୁଧବାର ଦିନ ନବ ନିଯୁକ୍ତ ଚିଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାଓ୍ଵତ କହିଛନ୍ତି- ଆମେ ରାଜନୀତି ଠାରୁ ଦୂରରେ ରହୁ, ଖୁବ୍‌ ଦୂରରେ। ରାଜନୀତି ଦ୍ୱାରା ପ୍ରଭାବିତ ବୋଲି ହେଉଥିବା ଅଭିଯୋଗ ସଂକ୍ରାନ୍ତରେ ପ୍ରଶ୍ନ ପଚରା ଯିବାରୁ ରାଓ୍ଵତ ଏକଥା କହିଛନ୍ତି।

ସେ କହିଛନ୍ତି: କ୍ଷମତାରେ ଥିବା ସରକାରଙ୍କ ନିର୍ଦେଶ ମାନି ଆମେ କାମ କରୁ।

ଜଣେ ‘ସିଡିଏସ୍‌’ ଭାବେ ତିନି ସେନାର କାର୍ଯ୍ୟରେ ସମନ୍ଵୟ ରକ୍ଷା କରି ଗୋଟିଏ ଟିମ୍‌ ଭାବେ କାମ କରାଇବା ଉପରେ ଧ୍ୟାନ ଦେବେ ବୋଲି ରାଓ୍ଵାତ କହିଛନ୍ତି।

Image Source: ANI

ନିକଟ ଅତୀତରେ ସେନାମୁଖ୍ୟ ପଦବୀରେ ଥାଇ ଜେଜେରାଲ୍‌ ବିପିନ ରାଓ୍ଵତ ‘ସିଏଏ’ ବିରୋଧୀ ପ୍ରତିବାଦ ବିପକ୍ଷରେ ମନ୍ତବ୍ୟ ଦେଇ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲେ।

ଡିସେମ୍ବର ୩୧ ତାରିଖ ଦିନ ଭାରତର ପ୍ରଥମ ‘ସିଡିଏସ୍‌’ ଭାବେ ଜେନେରାଲ ରାଓ୍ଵତ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆଜି ସେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଗାର୍ଡ ଅଫ୍‌ ଅନର୍‌ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର