ବାଂଲାଦେଶ ଅପମାନର ପ୍ରତିଶୋଧ କାଶ୍ମୀରରେ ନେବୁ : ହାଫିଜ୍‌ ସଇଦ୍‌

ଇସ୍ଲାମାବାଦ: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଜମାଉତ-ଉଲ୍‌-ଦାଓ୍ଵାର ମୁଖ୍ୟ ହାଫିଜ୍‌ ସଇଦ୍‌ ପୁଣି ଥରେ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ କରିଛି । କାଶ୍ମୀରକୁ ଭାରତଠାରୁ ମୁକ୍ତ କରାଯିବ ବୋଲି ସଇଦ୍‌ ଧମକ ଦେଇଛି । ଏହା ଦ୍ୱାରା ୧୯୭୧ରେ ଭାରତ ନିକଟରେ ପାକିସ୍ତାନ କରିଥିବା ଲଜ୍ଜାଜନକ ପରାଜୟର ବଦଲା ନିଆଯିବ ବୋଲି ସେ କହିଛି ।

ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ କହିଛି ଯେ ୧୯୭୧ରେ ଭାରତ ପାକିସ୍ତାନଠାରୁ ବାଂଲାଦେଶକୁ ଛଡାଇ ନିଆଯାଇ ମୁକ୍ତ କରାଯାଇଥିଲା । ସେହି ପ୍ରକାରେ କାଶ୍ମୀରକୁ ଭାରତଠାରୁ ଛଡ଼ାଇ ମୁକ୍ତ କରାଯିବ । ଏପରି କରି ହିଁ ପ୍ରତିଶୋଧ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ୧୯୭୧ ଡିସେମ୍ବର ୧୬ରେ ଭାରତ ଠାରୁ ଲଜ୍ଜାଜନକ ପରାଜୟ ଭୋଗି ପାକିସ୍ତାନର ୯୦ ହଜାରରୁ ଅଧିକ ସୈନିକ ଆତ୍ମସମର୍ପଣ କରିଥିଲେ । ଏହା ସହିତ ଭାରତ ପାକିସ୍ତାନ କବଳରୁ ବାଂଲାଦେଶକୁ ମୁକ୍ତ କରିଥିଲା । ଏହି ଦିନଠାରୁ ଡିସେମ୍ବର ୧୬କୁ ଉଭୟ ଭାରତ ଓ ବାଂଲାଦେଶ ବିଜୟ ଦିବସଭାବେ ପାଳନ କରନ୍ତି । ଯୁଦ୍ଧପରେ ମୁକ୍ତିବାହିନୀର ନେତା ଶେଖ୍‌ ମୁଜିବୁର ରେହେମାନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । କିନ୍ତୁ ଏହି ଅପମାନକୁୁ ପାକିସ୍ତାନ ଆଜିପର୍ଯ୍ୟନ୍ତ ଭୁଲିପାରିନାହିଁ ।

ପାକିସ୍ତାନର ଏକ ଅଦାଲତ ଗତ ନଭେମ୍ବର ୨୪ରେ ହାଫିଜ୍‌କୁ ଗୃହବନ୍ଦୀରୁ ମୁକ୍ତ କରିଥିଲା । ମୁକ୍ତ ହେବା ପରଠାରୁ ସେ ଭାରତ ବିରୁଦ୍ଧରେ ବିଷ ଉଗାଳି ଚାଲିଛି ।

ସମ୍ବନ୍ଧିତ ଖବର