ଚୀନକୁ ବେଲୁଚିସ୍ତାନ ମୁକ୍ତି ବାହିନୀର ଚେତାବନୀ, ଫେରିଯାଅ ନଚେତ…

କରାଚୀ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ ଦ୍ୱାରା ନିର୍ମାଣ କରାଯାଉଥିବା ସିପିଇସି (ଚାଇନା ପାକିସ୍ତାନ ଇକନୋମିକ କରିଡର)କୁ ବିରୋଧ ଅବ୍ୟାହତ ରହିଛି । ବେଲୁଚିସ୍ତାନ ଉପରେ ପାକିସ୍ତାନର ଅଧିକାରକୁ ବିରୋଧ କରୁଥିବା ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ପକ୍ଷରୁ ଏହି ପ୍ରକଳ୍ପକୁ ପ୍ରବଳ ବିରୋଧ କରି ଚୀନକୁ ଧମକ ଦିଆଯାଇଛି ।

ବିଏଲଏ କମାଣ୍ଡର ଜେନେରାଲ ଅସଲାନ ବାଲୋଚ କହିଛନ୍ତି ଯେ ଚୀନ ରାଷ୍ଟ୍ରପତି ସି ଜିନ ପିଂଙ୍କ ପାଖରେ ଏବେ ମଧ୍ୟ ସମୟ ଅଛି, ସେ ନିଜର ଲୋକମାନଙ୍କୁ ଫେରାଇ ନିଅନ୍ତୁ ନଚେତ ଏଠାରେ ସେମାନଙ୍କର କବର ତିଆରି କରିଦେବୁ । “ ଚୀନ ଆମ ବିନା ଅନୁମତିରେ ଏଠାକୁ (ବେଲୁଚିସ୍ତାନ)କୁ ଆସିଛ ଓ ଆମ ଶତ୍ରୁମାନଙ୍କୁ ସାହାଯ୍ୟ କରୁଛ । ଏବେ ଆମ ସମୟ ଆସିଛି ।” ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଚୀନ ବେଲୁଚିସ୍ତାନରେ ବିଫଳ ହେବ । ଚୀନର ଲୋକମାନଙ୍କ ପାଇଁ ଏହା ଏକ କବରସ୍ଥଳୀ ହେବ ।

ସମ୍ବନ୍ଧିତ ଖବର