ଅନୁପ୍ରବେଶ ଉଦ୍ୟମ ,ପଣ୍ଡ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ କଶ୍ମୀର ଅଖନୁର ସେକ୍ଟରରେ ଆଜି ଏକ ପାକ୍‌ ଆତଙ୍କବାଦୀର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଉକ୍ତ ପାକ୍‌ ଅନୁପ୍ରବେଶକାରୀ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା କରି କଶ୍ମୀରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା କିନ୍ତୁ ସୁରକ୍ଷାବାହିନୀ ଗୁଳିରେ ସେ ନିହତ ହୋଇଛି ବୋଲି ସେନାବାହିନୀ ପକ୍ଷରୁ କୁହାଯାଇଛି। ଉକ୍ତ ଆତଙ୍କବାଦୀ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦୁଇଟି ରାଇଫଲ୍‌, ଦୁଇଟି ମାଗାଜିନ୍‌, ୨୩୪ ରାଉଣ୍ଡ ଗୁଳି, ୫ଟି ପିସ୍ତଲ୍‌ ଏବଂ ୧୫ଟି ଗ୍ରେନେଡ୍‌ ଜବତ ହୋଇଛି।

ସମ୍ବନ୍ଧିତ ଖବର