ବୁଧବାର ମଧ୍ୟରାତ୍ରିଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ମିଳିବନି ଟ୍ରେନ୍‌ ଟିକେଟ୍‌ !

ନୂଆଦିଲ୍ଲୀ : ରେଲୱେ କମ୍ପ୍ୟୁଟର ଆରକ୍ଷଣ ପ୍ରଣାଳୀ (ପିଆରଏସ୍‌)ର ସୁଚନା ମୁତାବକ ଆସନ୍ତା ବୁଧବାର ମଧ୍ୟରାତ୍ରିଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଏହି ସମୟରେ ୧୩୯ଠାରୁ କୌଣସି ପ୍ରକାର ସୁବିଧା ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଇ ପାରିବନାହିଁ ଏବଂ ଟିକେଟ୍‌ ମଧ୍ୟ ଉପଲବ୍ଧ ହୋଇପାରିବ ନାହିଁ ।

ଉତ୍ତର ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ନିତିନ୍‌ ଚୌଧୁରୀଙ୍କ କହିବାନୁସାରେ ଦେଶସାରା ୬ ଘଣ୍ଟା ପର୍ଯ୍ୟନ୍ତ ପିଆରଏସ୍‌ ବନ୍ଦ ରହିବ। ଷ୍ଟେସନର ଅନୁସନ୍ଧାନ କକ୍ଷରୁ ଟ୍ରେନ୍‌ ବିଷୟରେ ଅଧିକ ତଥ୍ୟ ଏବଂ ଟିସି ଅଫସରୁ ବର୍ଥ କନଫର୍ମ ହେବାର ସୂଚନା ଆପଣଙ୍କୁ ମିଳିଯିବ। ରେଲୱେ ପିଆରଏସ୍‌ ସିଷ୍ଟମକୁ ଅପଗ୍ରେଡ କରିବାକୁ ଯାଉଛି। ଏହି କାରଣରୁ ମେ ୨ ରାତ୍ର ୧୦.୪୫ ରୁ ମେ ୩ ସକାଳ ୫ଟା ପର୍ଯ୍ୟନ୍ତ ପିଆରଏସ୍‌ କାମ କରିବ ନାହିଁ।

 

ପିଆରଏସ୍‌ ମାଧ୍ୟମରେ ଯାତ୍ରୀମାନେ ଅନଲାଇନ୍‌ ଟିକେଟ୍‌ ବୁକିଂ କରିଥାନ୍ତି ଏବଂ ଏହି ସିଷ୍ଟମ ମାଧ୍ୟମରେ ୱେଟିଙ୍ଗ୍‌ ଟିକେଟ୍‌ କନଫର୍ମ ହେବା ଏବଂ ଟ୍ରେନ୍‌ ବିଷୟରେ ସବିଶେଷ ବିବରଣୀ ମିଳିଥାଏ। ଯାତ୍ରୀମାନଙ୍କ ସୁବିଧା ସକାଶେ ପିଆରଏସରୁ ନୂଆ ସିଷ୍ଟମକୁ ଆଡ୍‌ କରାଯିବ। ଏବେ କ’ଣ ସୁବିଧା ରହିଛି ତାହା ପିଆରଏସ୍‌ ତରଫରୁ ଗୁପ୍ତ ରଖାଯାଇଛି।

ସମ୍ବନ୍ଧିତ ଖବର