ପଶ୍ଚିମବଙ୍ଗରେ ଡ଼ାକ୍ତରମାନେ ଆନ୍ଦୋଳନ କରୁଥିବାରୁ ଠିକ୍‌ ସମୟରେ ହୋଇ ପାରିଲା ନାହିଁ ଚିକିତ୍ସା, ଚାଲିଗଲା ନବଜାତର ଜୀବନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡ଼ାକ୍ତରଙ୍କୁ ମାର୍‌ ପିଟ କରିବାକୁ ବିରୋଧ କରି ରାଜ୍ୟର ଡ଼ାକ୍ତର ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଦ୍ୱାରା ଘରୋଇ ଏବଂ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଅଲ୍ଟିମେଟମ ଦେଇ ସାରିଥିଲେ ମଧ୍ୟ ଡ଼ାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଆନ୍ଦୋଳନ ପାଇଁ ଜଣେ ନବଜାତର ଚିକିତ୍ସା ଠିକ୍‌ ସମୟରେ ନ ହୋଇ ପାରିବାରୁ ତା’ର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ଏ ନେଇ ମୃତ ନବଜାତର ବାପା ଡ଼ାକ୍ତରଙ୍କୁ ଦାୟୀ କରିଛନ୍ତି । ତାଙ୍କ ଅନୁଯାୟୀ, ଏହା ମୋର ଦୁର୍ଭାଗ୍ୟ । ଚିକିତ୍ସା ଅଭାବରୁ ମୋ ଶିଶୁର ମୃତ୍ୟୁ ହୋଇଛି । ଆନ୍ଦୋଳନ ପାଇଁ କୌଣସି ଡ଼ାକ୍ତର ଉପଲବ୍ଧ ନଥିଲେ । ଯାହା ପାଇଁ ଏପରି ଘଟିଛି ।

oneindia.com

ସୂଚନା ମୁତାବକ, ଜୁନ୍‌ ୧୧ରେ ନବଜାତ ଜନ୍ମ ହେବା ପରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଥିଲା । ଜୁନ୍‌ ୧୨ରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡ଼ାକ୍ତର ଶିଶୁ ବିଶେଷଜ୍ଞଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ କେହି ବି ଡ଼ାକ୍ତର ନଥିବାରୁ ଶିଶୁକୁ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇ ନଥିଲା । ଯାହା ପାଇଁ ଚିକିତ୍ସା ଅଭାବରୁ ଜୁନ୍‌ ୧୩ରେ ଶିଶୁଟି ମୃତ୍ୟୁବରଣ କରିଥିଲା ।

ସମ୍ବନ୍ଧିତ ଖବର