ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ:୩୪% ଆସନ ନିର୍ଦ୍ୱନ୍ଦ୍ୱରେ ଜିତିଲେ ମମତା

କୋଲକାତା: ଆସନ୍ତା ୧୪ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସ ୩୪ ପ୍ରତିଶତ ଆସନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମୋଟ ୫୮,୬୯୨ଟି ଆସନରେ ଏହି ନିର୍ବାଚନ ହେବାକୁ ଥିବା ବେଳେ ୨୦ ହଜାରରୁ ଉର୍ଦ୍ଧ୍ୱ ଆସନରେ ଟିଏମ୍‌ସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରାର୍ଥୀ ନଥିବା ଜଣାପଡ଼ିଛି। ଗତ ଶନିବାର ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଏହି ସବୁ ଆସନରୁ ପ୍ରତିପକ୍ଷ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି ଅଥବା ତାହା ନାକଚ ହୋଇଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ରାଜ୍ୟ ସରକାର ସମର୍ଥିତ ଗୋଷ୍ଠୀଙ୍କ ହିଂସା ଓ ବିରୋଧ ଯୋଗୁଁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇ ପାରୁନାହିଁ ବୋଲି ବିରୋଧୀ ଦଳ ଅଭିଯୋଗ କରୁଥିଲେ। ଏପରିକି ୯ ଜଣ ପ୍ରାର୍ଥୀ ହ୍ଵାଟସ୍‌ ଆପ୍‌ ଯୋଗେ ସେମାନଙ୍କର ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର