ରାଜସ୍ଥାନ, ଆନ୍ଧ୍ର ପରେ ପଶ୍ଚିମବଙ୍ଗ : ତେଲ ଲିଟର ପିଛା ୧ ଟଙ୍କା କମାଇଲା

କୋଲକତା : ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ପରେ ଏବେ ପଶ୍ଚିମବଙ୍ଗ ମଧ୍ୟ ତେଲ ଉପରୁ ଭାଟ୍‌ କମାଇଛି । ରାଜ୍ୟ ସରକାର ତେଲ ଉପରୁ ଭାଟ୍‌ କମାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଘୋଷଣା କରିଛନ୍ତି । ଏହା ଫଳରେ ଏହି ରାଜ୍ୟରେ ତେଲଦର ୧ ଟଙ୍କା କମିଯିବ । ଏହି ନୂଆ ଦର ଆସନ୍ତା ବୁଧବାରଠାରୁ ଲାଗୁ ହେବ । ଗତ ରବିବାରଦିନ ରାଜସ୍ଥାନ ସରକାର ତେଲ ଉପରୁ ୪ ପ୍ରତିଶତ ଭାଟ କମାଇବା ପରେ ସେଠାରେ ତେଲ ଦର ଲିଟର ପିଛା ପ୍ରାୟ ୨.୫୦ ପଇସା କମିଯାଇଥିଲା । ଗତକାଲି ଆନ୍ଧ୍ର ସରକାର ୨ଟଙ୍କା ଭାଟ କମାଇଥିଲେ । ଏହା ଆଜିଠାରୁ ଲାଗୁ ହୋଇଛି । ଅନ୍ୟପକ୍ଷରେ ଆଜି ମଧ୍ୟ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଦିଲ୍ଲୀରେ ପେଟ୍ରୋଲ ଟ.୮୦.୮୭ ଓ ଡିଜେଲ ଟ.୭୨.୯୭ରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୨୬ ପଇସା ଓ ଡିଜେଲ ଟ.୭୭.୪୭ରେ ପହଞ୍ଚିଯାଇଛି । କୋଲକତାରେ ଏବେ ପେଟ୍ରୋଲ ଲିଟର ପିଛା ଟ.୮୩.୭୫ ଓ ଡିଜେଲ ଲିଟର ପିଛା ଟ.୭୫.୮୨ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର