ସ୍କୁଲରେ ଯୌନ ଅସଦାଚରଣକୁ ଏଡ଼ାଇବା ପାଇଁ ଲାଗୁ ହେଲା ଅଜବ ନିୟମ, ଅଲଗା ଅଲଗା ଦିନରେ ଆସିବେ ଛାତ୍ର-ଛାତ୍ରୀ

କୋଲକାତା : ସ୍କୁଲରେ ହେଉଥିବା ଅସଦାଚରଣକୁ କମ କରିବା ପାଇଁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଥିବା ସରକାରୀ ସ୍କୁଲରେ ଏକ ଅଜବ ନିୟମ ଲାଗୁ କରାଯାଇଛି । ଅଲଗା ଅଲଗା ଦିନ ଆସି ସ୍କୁଲରେ ଛାତ୍ର-ଛାତ୍ରୀ ପାଠ ପଢ଼ିବେ ବୋଲି ନିୟମ ଲାଗୁ କରାଯାଇଥିବା ବେଳେ ଏହାକୁ ନେଇ ଲୋକେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ହବିବପୁରରେ ଥିବା ଗିରିଜା ସୁନ୍ଦରୀ ବିଦ୍ୟା ମନ୍ଦିରରେ ଏଭଳି ନିୟମ ଲାଗୁ ହେବା ପରେ ଏବେ ଛାତ୍ରୀମାନେ ସୋମବାର, ବୁଧବାର ଏବଂ ଶୁକ୍ରବାର ସ୍କୁଲ ଆସିବା ସହ ଛାତ୍ରମାନେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ସ୍କୁଲ ଆସିବେ ।

ସ୍କୁଲର ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ଏଭଳି ଅଜବ ନିୟମ କେହି ମାନିବାକୁ ରାଜି ନଥିବା ବେଳେ ଏହା ସ୍କୁଲ ଉପରେ ବାଧ୍ୟ କରି ଲାଗୁ କରାଯାଇଛି । କିଛି ଦିନ ମଧ୍ୟରେ ସ୍କୁଲରେ ଏକାଧିକ ଅସଦାଚରଣ ମାମଲା ସାମ୍ନାକୁ ଆସିବା ପରେ ଏଭଳି ନିୟମ ଲାଗୁ କରାଯାଇଛି । ଏଭଳି ଅଜବ ନିୟମ ବିଷୟରେ ଜାଣି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ । ତାଙ୍କ ଅନୁଯାୟୀ, ଏଭଳି ନିଷ୍ପତ୍ତିକୁ ସମର୍ଥନ କରାଯାଇ ପାରିବ ନାହିଁ । ଏ ନେଇ ଅଧିକାରୀମାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେଭଳି କୌଣସି ନିୟମ ସତରେ ଲାଗୁ କରାଯାଇଥିଲେ ତୁରନ୍ତ ତାକୁ ହଟାଇ ଦିଆଯିବ ବେ।ଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର