‘ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦିଦି; କିନ୍ତୁ ସେ ସରକାରକୁ ଦାଦାଗିରିରେ ଚଳାଉଛନ୍ତି’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜଲପାଇଗୁରି (ପଶ୍ଚିମବଙ୍ଗ): ‘ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦିଦି; କିନ୍ତୁ ସେ ତାଙ୍କ ସରକାରକୁ ଦାଦାଗିରିରେ ଚଳାଉଛନ୍ତି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପଶ୍ଚିମବଙ୍ଗର ଜଲପାଇଗୁରିରେ ଆୟୋଜିତ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଖୁବ୍‌ ସମାଲୋଚନା ଓ କଟାକ୍ଷ କରିଛନ୍ତି।

ଭାଷଣ ଛଳରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆପଣମାନେ ଚା ବାଗାନ୍‌ରେ ଚା ଉତ୍ପାଦନ କରନ୍ତି। ମୁଁ ଚା ତିଆରି କରେ। ତେବେ, ମୁଁ ଜାଣିପାରୁ ନାହିଁ ଚା’ବାଲାମାନଙ୍କ ଉପରେ ଦିଦିଙ୍କର ଏତେ ରାଗ କାହିଁକି? କାହିଁକି ଚା’ବାଲାମାନଙ୍କୁ ଭଲ ପାଆନ୍ତି ନାହିଁ ଦିଦି!’

ଦିଦି ତାଙ୍କ ଶାସନକାଳରେ ପଶ୍ଚିମବଙ୍ଗର କୌଣସି ଉନ୍ନତି ବା ବିକାଶ ସାଧନ କରିପାରି ନଥିବା ବେଳେ ପଶ୍ଚିମବଙ୍ଗର ସମସ୍ତ ବିକାଶ କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଛି ବୋଲି ନିଜ ଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କରିବା ସହ ଆଉ କେତେକ ଯୋଜନାର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର