ଦେଶରେ ଆଉ ବିଳମ୍ବ ପରମ୍ପରା ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀରର ଲେହ ଠାରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ କି, ଆମ ସରକାର ବିଳମ୍ବ ପରମ୍ପରାରେ ବିଶ୍ୱାସ କରେ ନାହିଁ ତା’ କାମର ବେଗ ପ୍ରମାଣ କରୁଛି।

ସେ କହିଛନ୍ତି: ଦ୍ରୁତ ବେଗରେ କାମ କରିବାରେ ଆମ ସରକାର ବିଶ୍ୱାସ କରେ। ଦେଶରେ ଆଉ ବିଳମ୍ବ ପରମ୍ପରା ନାହିଁ। ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରୁ ମୁଁ ବିଳମ୍ବ ପ୍ରଥା ସମ୍ପୂର୍ଣ୍ଣ ଉଠାଇ ଦେବାକୁ ଚାହୁଁଛି। ଆମେ ଯାହା କିଛି ପ୍ରକଳ୍ପ ଆରମ୍ଭ କରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତାହା ସାରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁ।

ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ପରେ ଏ ଅଞ୍ଚଳର ଯୋଗାଯୋଗରେ ଉନ୍ନତି ଘଟିବ, ଲଦାଖରେ ପର୍ଯ୍ୟଟନ ବଢ଼ିବ ଓ କର୍ମସଂସ୍ଥାନ ସୁଯୋଗ ମଧ୍ୟ ବଢ଼ିବ।

୫ଟି ନୂତନ ଟ୍ରେକିଙ୍ଗ୍‌ ରୁଟ୍‌ ଖୋଲାଯାଇଥିବା କଥା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ରୁଟ୍‌ ଯାତ୍ରାକୁ ଉପଭୋଗ୍ୟ କରିବ ବୋଲି ମୋଦୀ କହିଛନ୍ତି।

ଲଦାଖ ଅଟୋନୋମସ୍‌ ହିଲ୍‌ ଡେଭେଲପ୍‌ମେଣ୍ଟ୍‌ କାଉନ୍‌ସିଲ୍‌ ଆକ୍ଟ୍‌ର ପରିବର୍ତ୍ତନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଲେ: ବ୍ୟୟ ବାବଦରେ କାଉନ୍‌ସିଲ୍‌କୁ ଅଧିକ ଅଧିକାର ଦିଆଯାଇଛି। ଏବେ ଅଟୋନମସ୍‌ କାଉନ୍‌ସିଲ୍‌ ଅଞ୍ଚଳର ବିକାଶ ଲାଗି ଅର୍ଥ ରିଲିଜ୍‌ କରି ପାରିବ।

ସମ୍ବନ୍ଧିତ ଖବର