ନୋବେଲ ବିଜେତା ଅଭିଜିତ ଦମ୍ପତିଙ୍କର ଆଉ କେଉଁଥିରେ ଅଛି ଦକ୍ଷତା ଜାଣନ୍ତୁ; ଅଭିଜିତ ଜଣେ ଅସାଧାରଣ ରାନ୍ଧୁଣିଆ ଆଉ ପତ୍ନୀ ଡୁଫ୍ଲୋ ଜଣେ ଦକ୍ଷ ପର୍ବତାରୋହୀ

ନୂଆଦିଲ୍ଲୀ: ଭାରତୀୟ- ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ଓ ତାଙ୍କ ପତ୍ନୀ ଡୁଫ୍ଲୋ ୨୦୧୯ ବର୍ଷ ପାଇଁ ଅର୍ଥନୀତିର ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ। ବିଶ୍ୱରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏହି ଦମ୍ପତିଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟକୁ ବିଚାରକୁ ନିଆଯାଇ ଏମାନଙ୍କୁ ନୋବେଲ୍‌ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।

ତେବେ, ୫୮ ବର୍ଷୀୟ ଅଭଜିତ୍‌ ବାନାର୍ଜୀ କେବଳ ମାତ୍ର ଜଣେ ଅର୍ଥଶାସ୍ତ୍ରୀ ବା ଅର୍ଥନୀତିଜ୍ଞ ନୁହନ୍ତି। ଜଣେ ଅସାଧାରଣ ରୋଷୟା ମଧ୍ୟ। ଅଧିକାଂଶ ସମୟରେ ସେ ତାଙ୍କ ପରିବାର ପାଇଁ ଦୁଇବେଳା ଖାଦ୍ୟ ରାନ୍ଧିଥାନ୍ତି। ଦିନ ଯାକର କାମ ଶେଷ କରି ଘରକୁ ଫେରିବା ପରେ ସେ ତାଙ୍କ ରୋଷେଇ ଘରକୁ ଯାଇ ସେଠାରେ ତାଙ୍କର ଦୁଇ ପିଲାଙ୍କ ସହ ଖେଳିବା ସହ ପରିବାର ପାଇଁ ରୋଷେଇ କରିଥାନ୍ତି। ଆଉ କୁକୁଡ଼ା ମାଂସ ତରକାରୀ ରାନ୍ଧିବାରେ ତାଙ୍କର ରହିଛି ବିଶେଷ ଦକ୍ଷତା। ପୂରା କୋଲକତି ଷ୍ଟାଇଲରେ ସେ ପ୍ରସ୍ତୁତ କରନ୍ତି କୁକୁଡ଼ା ଝୋଳ; ଯାହାକି ତାଙ୍କ ପତ୍ନୀ ଡୁଫ୍ଲୋଙ୍କ ଖୁବ୍‌ ପସନ୍ଦ।

ସେହିପରି ଅଭିଜିତ୍‌ଙ୍କ ପତ୍ନୀ ପ୍ରଫେସର ଡୁଫ୍ଲୋ ମଧ୍ୟ କେବଳ ଜଣେ ଅର୍ଥନୀତଜ୍ଞ ନୁହନ୍ତି ଜଣେ ବରଂ ଜଣେ ଦକ୍ଷ ପର୍ବତାରୋହୀ ମଧ୍ୟ। ଡୁଫ୍ଲୋ ହେଉଛନ୍ତି ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପାଇଥିବା ଦ୍ଵିତୀୟ ଓ ସର୍ବକନିଷ୍ଠ ମହିଳା। ଏସବୁ ବାଦ୍‌ ଅଭିଜିତ୍‌ ଦମ୍ପତି ଖୁବ୍‌ ପଠନ ପ୍ରିୟ ଓ ଗ୍ରନ୍ଥକୀଟ ମଧ୍ୟ।

ସମ୍ବନ୍ଧିତ ଖବର