ଘଟଣାକ୍ରମ

ଫେବ୍ରୁଆରି ୨୦୦୬: ୧୯୯୮ ମସିହା ସେପ୍ଟେମ୍ବର ମାସରେ ରାଜସ୍ଥାନର ଭାବଡ଼ ଗ୍ରାମରେ ଦୁଇଟି କୃଷ୍ଣସାର ହତ୍ୟା ମାମଲାରେ ସଲମାନ ଖାନ୍‌ ଦୋଷୀସାବ୍ୟସ୍ତ। ଗୋଟିଏ ବର୍ଷ ଜେଲ୍‌ ଦଣ୍ଡାଦେଶ।
ଏପ୍ରିଲ ୨୦୦୬: ଦ୍ୱିତୀୟ ମାମଲା ତଥା ଘୋଡ଼ା ଫାର୍ମରେ ଏକ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ଜିଲ୍ଲା କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ଦେଇଥିଲେ। ତେବେ ଜେଲ୍‌ରେ ୩ ଦିନ ରହିବାପରେ ଜାମିନ ମଞ୍ଜୁର ହୋଇଥିଲା।
ଜୁନ୍‌ ୨୦୦୬: ଯୋଧପୁର କୋର୍ଟ ସଲମାନ୍‌ଙ୍କ ବିରୋଧରେ ତୃତୀୟ ମାମଲାରେ ଚାର୍ଜଫ୍ରେମ୍‌ କରିଥିଲେ। ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୫୧ ଅଧୀନରେ ସଲମାନ୍‌ଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଥିଲା ଏବଂ ଧାରା ୫୨ରେ ଅଭିନେତା ସୈଫ ଅଲି ଖାନ୍‌, ତବୁ, ସୋନାଲି ବେନ୍ଦ୍ରେ, ନିଲମ୍‌ ଏବଂ ସ୍ଥାନୀୟ ବାସିନ୍ଦା ଦୁଶ୍ୟନ୍ତ ସିଂହଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଥିଲା।
ନଭେମ୍ବର ୨୦୧୩: ଏପ୍ରିଲ ୨୦୦୬ରେ ସଲମାନଙ୍କୁ ମିଳିଥିବା ୫ ବର୍ଷ ଜେଲ୍‌ଦଣ୍ଡକୁ ରାଜସ୍ଥାନ ହାଇକୋର୍ଟ ସ୍ଥଗିତ ରଖିଲେ।
ଜାନୁଆରି ୨୦୧୫: ଦଣ୍ଡାଦେଶରେ ରାଜସ୍ଥାନ ହାଇକୋର୍ଟଙ୍କ ରହିତାଦେଶକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କଲେ।
ଜୁଲାଇ ୨୦୧୬: ଦୁଇଟି କୃଷ୍ଣସାର ଶିକାର ମାମଲାରେ ରାଜସ୍ଥାନ ହାଇକୋର୍ଟ ସଲମାନଙ୍କୁ ଦୋଷମୁକ୍ତ କଲେ।
ଜାନୁଆରି ୨୦୧୭: ଯୋଧପୁର କୋର୍ଟ ସଲମାନଙ୍କୁ ଅସ୍ତ୍ରଶସ୍ତ୍ର ମାମଲାରେ ଦୋଷମୁକ୍ତ କଲେ, ଯେଉଁଥିରେ ସେ ଲୁପ୍ତପ୍ରାୟ କୃଷ୍ଣସାର ମୃଗ ଶିକାର ପାଇଁ ଲାଇସେନ୍ସ ସରିଯାଇଥିବା ବନ୍ଧୁକ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ଏପ୍ରିଲ ୨୦୧୮: ଜୋଧପୁର କୋର୍ଟ ସଲମାନ୍‌ଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ଏବଂ ଅନ୍ୟମାନଙ୍କୁ ଦୋଷମୁକ୍ତ କଲେ।

ସମ୍ବନ୍ଧିତ ଖବର