ୟେଦ୍ୟୁରାପ୍ପା ଇସ୍ତଫା ଦେଲେ, ତା’ପରେ କ’ଣ ?

ବାଙ୍ଗାଲୁରୁ : ବିଜେପି ନେତା ବିଏସ ୟେଦ୍ୟୁରାପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ସରକାରର ପତନ ହୋଇଛି । ଏହା ପରେ ଜେଡିଏସ ଓ କଂଗ୍ରେସ ମିଳିତଭାବେ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ । ରାଜ୍ୟପାଳ ଏହାପରେ ସେମାନଙ୍କୁ ସରକାର ଗଠନ ପାଇଁ ଦାବି କରିବେ ଓ ଶପଥ ପାଠ କରାଇବେ । ସଦନରେ ସେମାନଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ପୁଣି ଥରେ ଆସ୍ଥା ଭୋଟ ଲୋଡାଯିବ । ଆସ୍ଥାଭୋଟରେ ସେମାନେ ଜିତିବା ପରେ ଜେଡିଏସ ଓ କଂଗ୍ରେସ ସେମାନଙ୍କ ସରକାର ଗଠନ କରିବେ । କଂଗ୍ରେସ ଜେଡିଏସ ନେତା କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀଭାବେ ସମର୍ଥନ ଦେଇସାରିଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କଂଗ୍ରେସର ୧୪ ଓ ଜେଡିଏସର ୧୪ ଜଣ ମନ୍ତ୍ରୀ ହେବେ । ତେବେ ଉପ-ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କଂଗ୍ରେସର ବାହୁବଳୀ ନେତା ବିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର