ହ୍ଵାଟ୍ସ୍‌ଆପର ଛୋଟ କାଟିଆ ପଦକ୍ଷେପରେ ସରକାର ଖୁସି ନାହାନ୍ତି

ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ଉଦ୍ୟମ ସତ୍ତ୍ୱେ ହ୍ଵାଟ୍ସଆପ ମାଧ୍ୟମରେ ଗୁଜବ ବ୍ୟାପୀ ଚାଲିଛି ଓ ନିରୀହ ଲୋକମାନେ ତାହାର ଶିକାର ହୋଇଛନ୍ତି । ସରକାରଙ୍କ ତାଗିଦ ପରେ କିଛି ଦିନ ତଳେ ହ୍ଵାଟ୍ସଆପ କେତେକ ପଦକ୍ଷେପ ନେଇଥିଲା । ଆଜି ମଧ୍ୟ କମ୍ପାନି ଆଉ ଏକ ପଦକ୍ଷେପ ନେଇ ଫରଓ୍ଵାର୍ଡିଂ ମେସେଜ ସଂଖ୍ୟା ୫କୁ ହ୍ରାସ କରିଥିଲା । ତେବେ ହ୍ଵାଟ୍ସଆପର ଏସବୁ ପଦକ୍ଷେପ ସରକାରଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ହ୍ଵାଟ୍ସଆପର ଘୋଷଣା ପରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ପକ୍ଷରୁ କୁହାଯାଇଛି ଯେ ମିଥ୍ୟା ସୂଚନାକୁ ରୋକିବାକୁ, ଏପରି ଗୁଜବ ପ୍ରସାର କରୁଥିବା ଅସାମାଜିକ ଗୋଷ୍ଠୀମାନଙ୍କୁ ରୋକିବା, ସେମାନଙ୍କୁ ଚିହ୍ନଟ କରିବା, ଆଇନର ପରିସରକୁ ଆଣିବା ପାଇଁ ଆହୁରି ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ଅଛି । ଏପରି ପଦକ୍ଷେପ ନେବାକୁ ହ୍ଵାଟ୍ସଆପକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସରକାର ଏପରି ମିଥ୍ୟା ଖବର ଓ ସମାଜରେ ଅଶାନ୍ତି ସୃଷ୍ଟି କରୁଥିବା ଗୁଜବ ପ୍ରସାରକୁ ବେଶ ଗୁରତ୍ୱର ସହ ନେଉଛନ୍ତି । ଏଣୁ କମ୍ପାନି ଏସବୁକୁ ରୋକିବାକୁ ନିଶ୍ଚିତ ଭାବେ ପଦକ୍ଷେପ ନେଉ ବୋଲି ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର