ଗହମ, ରବି ଫସଲ ଏମ୍‌ଏସ୍‌ପି ବଢ଼ିଲା

ନୂଆଦିଲ୍ଲୀ : ଗହମର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)୧୦୫ ଟଙ୍କା ବୃଦ୍ଧି ପାଇ ୧୮୪୦ ଟଙ୍କା ହୋଇଛି। ଅନ୍ୟ ରବି ଫସଲଗୁଡ଼ିକର ଏମ୍ଏସ୍‌ପି ମଧ୍ୟ ବଢ଼ିଛି। ଆଜି ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନି‌ଷ୍ପତ୍ତି ଗ୍ରହଣ କରାଯାଇଛି। ଯଅର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍ ପିଛା ୩୦ ଟଙ୍କା ବୃଦ୍ଧି ପାଇ ୧୪୪୦ ଟଙ୍କା ହୋଇଛି। ଚଣାର ଏମ୍‌ଏସ୍‌ପି ୨୨୦ ଟଙ୍କା ବୃଦ୍ଧି ପାଇ ୪୬୨୦ ଟଙ୍କା ହୋଇଥିବା ବେଳେ ମସୁରର ଏମ୍‌ଏସ୍‌ପି ୨୨୫ ଟଙ୍କା, ସୋରିଷର ୨୦୦ ଟଙ୍କା ଓ  କୁସୁମର ଏମ୍ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୮୪୫ ଟଙ୍କା ବଢ଼ିଛି। ରବି ଫସଲଗୁଡ଼ିକର ଏମ୍‌ଏସ୍‌ପି ବୃଦ୍ଧି ପାଇଥିବାରୁ ଚାଷୀଙ୍କ ପାଖରେ ଅତିରିକ୍ତ ୬୨,୬୩୫ କୋଟି ଟଙ୍କା ପହଞ୍ଚିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର