ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ରାଲି ସମୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମହାମେଣ୍ଟର ନିର୍ବାଚନୀ ପ୍ରଚାର ପାଇଁ ନେତାମାନେ ବିଭିନ୍ନ ସ୍ଥାନରେ ସଭା କାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକ ଜମା ମଧ୍ୟ ହୋଇଥିଲେ । ତେବେ ହଠାତ କଡ଼ା ସୁରକ୍ଷା ବଳୟ ମଧ୍ୟକୁ ପ୍ରବେଶ କରିଥିଲା ଏକ ଷଣ୍ଢ । ଏହାପରେ ଲୋକମାନେ ଭୟରେ ଏଣେତେଣେ ଦୌଡିବା ଆରମ୍ଭ କରି ଦେଇଥିଲେ । ଏଭଳି ପରିସ୍ଥିତିରେ ସେହି ଷଣ୍ଢକୁ ଧରିବାକୁ ଯାଇ ୨ଯବାନ ଆହତ ହୋଇଥିବା କଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ସଭାରେ ହଠାତ୍ ଷଣ୍ଢ ପଶିବା ପରେ ଲୋକମାନେ କ’ଣ କରିବେ ତାହା ଚିନ୍ତା ମଧ୍ୟ କରିପାରିନଥିଲେ । ଭିଡ଼ ଅଧିକ ଥିବାରୁ ଦୌଡ଼ିବା ସମୟରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ଅଖିଳେଶ ଯାଦବ । କିଛି ସମୟ ଧରି ଷଣ୍ଢର ଉତ୍ପାତ ଜାରି ରହିବା ପରେ ତାକୁ କାବୁ କରାଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ନିର୍ବାଚନୀ ସଭା ଆରମ୍ଭ ହୋଇଥିଲା । କିନ୍ତୁ ଏହାପରେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଥିବା ଦେଖାଯାଇଛି । ଅଖିଳେଶ କହିଛନ୍ତି ଯେ, ୨୧ମାସରେ ଆମେମାନେ ଏକ୍ସପ୍ରେସ ରାସ୍ତା ନିର୍ମାଣ କରିଥିଲୁ । କିନ୍ତୁ ଜନତା ଏବେ ୫କୋଟି ଜୀବଙ୍କ ପାଇଁ ଚିନ୍ତିତ ଅଛନ୍ତି । ଯଦି ସରକାର ନିର୍ବାଚନୀ କାର୍ଯ୍ୟକ୍ରମରେ ଷଣ୍ଢର ପ୍ରବେଶ ଉପରେ ଲଗାମ ଲଗାଇପାରୁନାହାନ୍ତି ତେବେ ଗରିବ ଚାଷୀ ଏଥିପାଇଁ କେତେ ହଇରାଣ ହେଉଥିବେ ତାହା ସ୍ପଷ୍ଟ ଅନୁମାନ କରାଯାଇ ପାରୁଛି ବୋଲି ଅଖିଳେଶ କହିଛନ୍ତି ।