ଟାଙ୍କିରେ ପେଟ୍ରୋଲ ଭରିବା ପାଇଁ ପହଞ୍ଚିଲା ଘୋଡ଼ା,କେଉଁଠି ପେଟ୍ରୋଲ ପକାଇବେ ବୁଝି ପାରିଲେ ନାହିଁ ମହିଳା କର୍ମଚାରୀ, ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା,ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ : ଏକ ପକ୍ଷରେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧିକୁ ନେଇ ଦେଶରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଏବେ ଭାଇରାଲ ହୋଇଥିବା ଭିଡ଼ିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଘୋଡ଼ା ହଠାତ୍ ତେଲ ପକାଇବା ପାଇଁ ପେଟ୍ରୋଲ ଟାଙ୍କିରେ ପହଞ୍ଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପେଟ୍ରୋଲ ଟାଙ୍କିରେ ପହଞ୍ଚିବା ପରେ କେଉଁଠି ପେଟ୍ରୋଲ ପକାଇବେ ବୋଲି ମହିଳା କର୍ମଚାରୀଜଣଙ୍କ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିବା ବେଳେ ପରେ ସେ ସବୁ ବୁଝି ପାରିଥିଲେ । କିନ୍ତୁ ମହିଳା କର୍ମଚାରୀ ଜଣଙ୍କ ଘୋଡ଼ାକୁ ଦେଖି ଯେଭଳି ପ୍ରତିକ୍ରିୟା ରଖିଥିଲେ ତାହା ଭିଡ଼ିଓରେ କଏଦ୍ ହେବା ସହ ଏବେ ଭାଇରାଲ ହେବାରେ ଲାଗିଛି ।
Sambad is now on WhatsApp
Join and get latest news updates delivered to you via WhatsApp
पेट्रोल डालने वाली हैरान है पेट्रोल कहा डालने का?? pic.twitter.com/ZYNxkdvCE0
— Ritesh Desai (@riteshadesai) 21 September 2018
ସୂଚନା ମୁତାବକ, ପ୍ରଥମେ ମହିଳା କର୍ମଚାରୀ ଯାହାକୁ ଘୋଡ଼ା ବୋଲି ଭାବୁଥିଲେ ସେ ପ୍ରକୃତରେ ମୋଡ଼ିଫାଏଡ଼୍ ରଥ ଥିଲା । ରଥ ଆଗରେ ଘୋଡ଼ା ଭଳି ଦିଶୁଥିବା ଜିନିଷଟି ଘୋଡ଼ା ନୁହଁ ବରଂ ଏକ ଘୋଡ଼ାର ରୂପ ଦିଆ ଯାଇଥିବା ବାଇକ୍ ବୋଲି ଜାଣି ପାରିଥିଲେ କର୍ମଚାରୀ । କିନ୍ତୁ ସବୁ ଜାଣିବା ପରେ ପେଟ୍ରୋଲ କେଉଁଠି ପକାଇବେ ସେ ଜାଣି ପାରି ନ ଥିଲେ । ଘୋଡ଼ା ଭଳି ଦିଶୁଥିବା ବାଇକ୍ର ତେଲ ଟାଙ୍କି ଖୋଜି ପାଇ ନ ଥିଲେ କର୍ମଚାରୀ । ଏହା ପରେ ସେ ବାଇକ୍କୁ ଭଲ ଭାବରେ ଦେଖିବା ପରେ ପଛ ପଟକୁ ଯାଇ ଘୋଡ଼ାର ଲାଞ୍ଜ ଉଠାଇଥିଲେ । ଯାହା ପରେ ସେଠାରେ ତେଲ ଟାଙ୍କି ଥିବା ଜାଣି ଉପର ଢ଼ାଙ୍କୁଣି ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏଥିରେ ବିଫଳ ହେବାରୁ ଗାଡ଼ିର ମାଲିକ ଏହାକୁ ଖୋଲିଥିଲେ ।ଏହା ପରେ ପେଟ୍ରୋଲ ଭରି ଗାଡ଼ିଟି ସେଠାରୁ ଚାଲି ଯାଇଥିଲା । କିନ୍ତୁ ସେ ସମୟରେ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ଥଟ୍ଟା କରିବା ଆରମ୍ଭ କରିଛନ୍ତି ।