ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଇଣ୍ଟରନେଟ୍‌ରେ ଏହି ଜିନିଷ ସର୍ଚ୍ଚ କରିବାରେ ଲାଗି ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍‌ ସୀମା ଅତିକ୍ରମ କରି ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଥିଲା । ବାଲାକୋଟ୍‌ରେ ଥିବା ଜୈସ୍‌ର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରି ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ବାୟୁସେନା । ସମସ୍ତେ ଶୋଇଥିବା ସମୟରେ ଭାରତୀୟ ବାୟୁସେନା ଏଭଳି ପରାକ୍ରମଶାଳୀ କାମ କରିବା ସହ ଖବରଟି ସାମ୍ନାକୁ ଆସିବା ପରେ ଦେଶବାସୀଙ୍କ ମନରେ ଜଳୁଥିବା ପ୍ରତିଶୋଧର ନିଆଁ ଶାନ୍ତ ହୋଇଥିଲା । କିନ୍ତୁ ଏୟାର ଷ୍ଟ୍ରାଇକ୍‌ କରାଯିବା ପରେ ପରେ ମୋଦୀଜୀ କ’ଣ କରୁଥିଲେ ସେ ବିଷୟରେ ସେ ନିଉଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ଜଣାଇଛନ୍ତି ।

Tricky Truths

ତାଙ୍କ କହିବା ଅପୁଯାୟୀ, ରାତି ୩ଟା ୪୦ମିନିଟ୍‌ରେ ଏୟାର ଷ୍ଟ୍ରାଇକ୍‌ ସଫଳ ହେବାର ଖବର ମୋ ପାଖରେ ପହଞ୍ଚିବା ସହ ଆମର ସବୁ ଯବାନ ସୁରକ୍ଷିତ ଥିବା ଜାଣିଥିଲି । ଏହା ପରେ ଶୋଇଯିବା ପରିବର୍ତ୍ତେ ମୁଁ ସୋସିଆଲ ମିଡିଆରେ ସର୍ଚ୍ଚକରିବା ଆରମ୍ଭ କରିଥିଲି । ସୋସିଆଲ ମିଡିଆରେ ଏହାର ଷ୍ଟ୍ରାଇକ୍‌କୁ ନେଇ ଲୋକମାନଙ୍କର କିଛି ପ୍ରତିକ୍ରିୟା ଆସିଛି କି ନାହିଁ, ସେ ବିଷୟରେ ଜାଣିବା ପାଇଁ ମୁଁ ସୋସିଆଲ ମିଡିଆ ସାଇଟ୍‌ ଚେକ୍‌ କରିବା ସହ କିଛି ସମୟ ମଧ୍ୟରେ ଲୋକମାନଙ୍କର ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ୫ଟା ୩୦ମିନିଟ୍‌ରେ ପାକିସ୍ତାନର ସେନା ଅଧିକାରୀ ଏୟାର ଷ୍ଟ୍ରାଇକ୍‌କୁ ନେଇ ଟୁଇଟ୍‌ କରିବା ପରେ ମୁଁ ସକାଳ ୭ଟାରେ ଏହାର ଷ୍ଟ୍ରାଇକ୍‌ ସହ ଜଡ଼ିତ ଲୋକମାନଙ୍କୁ ବୈଠକ ପାଇଁ ଡ଼କାଇଥିଲି ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର