ନିର୍ଭୟା କାଣ୍ଡ: ୩ ଅଭିଯୁକ୍ତଙ୍କ ଫାଶୀଦଣ୍ଡର ପୁର୍ନବିଚାର ଆଜି, ନାବାଳକ ଅପରାଧୀ କେଉଁଠ ?

ନୂାଦିଲ୍ଲୀ: ଦିଲ୍ଲୀର ଜଘନ୍ୟ ନିଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିିମ କୋର୍ଟ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ଦଣ୍ଡର ପୁର୍ନବିଚାର ପାଇଁ ଆବେଦନ କରିଛନ୍ତି। ଆଜି ଏହି ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। ଅଭିଯୁକ୍ତମାନଙ୍କୁ ଫାଶି ଦିଆଯିବ କିମ୍ବା ନାହିଁ. ତାହା ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଫଏସଲା କରିବେ। ତେବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ଏହି ନିର୍ଭୟା କାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଥିଲେ ଜଣେ ନାବାଳକ। ଯିଏ ସବୁଠାରୁ ଜଘନ୍ୟ ଆଚରଣ ପ୍ରଦର୍ଶନ କରିଥିଲେ। ତେବେ ଗୋଟିଏ ପଟେ ଫାଶି ଦଣ୍ଡ ପାଇଥିବା ଏହି ୪ ଜଣ ସେମାନଙ୍କ ଜୀବନର ଅବଶିଷ୍ଟ ଜୀବନ ନେଇ ସନ୍ଦିହାନ ଥିବା ବେଳେ ନାବାଳକ ଅପରାଧୀ ଜଣକ ୩ବର୍ଷର ବାଳସୁଧାର ଗୃହରେ ରହି ଏବେ ଦକ୍ଷିଣ ଭାରତର କୌଣସି ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ଛଦ୍ମ ବେଶରେ ରୋଷେୟା ଭାବେ କାର୍ଯ୍ୟ କରୁଛି।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ନିର୍ଭୟା କାଣ୍ଡର ତତ୍‌କାଳୀନ ନାବଳକ ଅଭିଯୁକ୍ତ ଏବେ ୨୩ ବର୍ଷୀୟ ଯୁବକ। ସେ ଗତ ୨୦୧୫ ମସିହା ଡିସେମ୍ବର ମାସରେ ୩ ବର୍ଷର ସଜା କାଟି ମୁକୁଳିଛି। ତେବେ ତା ପର ଠାରୁ ଏହି ଅଭିଯୁକ୍ତର ଜୀବନ ପ୍ରତି ବିପଦ ରହିଛି। ଯେଉଁଦିନ ନାବାଳକ ଜଣକ ଖଲାସ ହେଲେ ସେହିଦିନ ତାଙ୍କୁ ବହୁ ଲୋକ ଖୋଜାଖୋଜି ମଧ୍ୟ କରିଥିଲେ। ମାତ୍ର ପୁଲିସ ଏକ ଏନଜିଓ ସହଯୋଗରେ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ନେଇ ଦକ୍ଷିଣ ଭାରତର ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ରୋଷେୟା ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛି। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ରେସ୍ତୋରାଁର ମାଲିକ ମଧ୍ୟ ଏହି ନାବାଳିକ ଅଭିଯୁକ୍ତର ପ୍ରକୃତ ପରିଚୟ ପାଇ ପାରି ନାହାଁନ୍ତି। ପୁଲିସ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ଏନଜିଓ ସଂସ୍ଥା କୁ ହସ୍ତାନ୍ତର କରିବା ପରେ ସଂସ୍ଥା ନାବାଳକ ଅଭିଯୁକ୍ତଙ୍କୁ ଛଦ୍ମନାମରେ ସେଠାରେ ନିଯୁକ୍ତି ଦେଇଛନ୍ତି। ତେବେ ଏହି ନାବଳକ ଅଭିଯୁକ୍ତଙ୍କ ସମ୍ପର୍କରେ କେହି ବିଶେଷ କିଛି ଆଉ ଜାଣି ନାହାଁନ୍ତି।

ସମ୍ବନ୍ଧିତ ଖବର